୭୫ତମ ସ୍ୱାଧୀନତା ଅମୃତ ମହୋତ୍ସବ ପାଳନ

କଣ୍ଟାବାଞ୍ଜି : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , କଣ୍ଟାବାଞ୍ଜି ପରିସରରେ ୭୫ତମ ସ୍ୱାଧୀନତା ଅମୃତ ମହୋତ୍ସବ କୋଭିଡ-୧୯ ନିୟମ ପରିପାଳନ ପୂର୍ବକ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ୍ୟୁକ୍ତ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଅବସରରେ ସହପ୍ରଧାନାଚାର୍ଯ୍ୟ ପବନ କୁମାର ମିଶ୍ର ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁ ଜାତୀୟ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ରାଷ୍ଟ୍ରଭକ୍ତିର ବାର୍ତ୍ତା ପ୍ରଦାନ ପୂର୍ବକ ଜଣେ ଜଣେ ଶ୍ରେଷ୍ଠ ରାଷ୍ଟ୍ରଭକ୍ତ ହେବା ପାଇଁ ଆହ୍ୱାନ ଦେଇଥିଲେ । ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ଉପସଭାପତି ଶ୍ରୀମତୀ ସୁଷମା ମହାନନ୍ଦ, ସମ୍ପାଦକ ବ୍ରଜଶ୍ୟାମ ଗୁରୁ , କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ବେହେରା, ସଦସ୍ୟ ସୁଧିର ବେହେରା, ପୂର୍ବ ସମ୍ପାଦକ ଶ୍ରୀ ଦୁଃଖିଶ୍ୟାମ ରାଏ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ତଥା ଅଭିଭାବକ/ଅଭିଭାବିକା ଅନଲାଇନ ମଧ୍ୟମରେ ଯୋଗଦାନ କରିଥିଲେ । ପରିଶେଷରେ ବରିଷ୍ଠା ଆଚାର୍ଯ୍ୟା ଶ୍ରୀମତୀ ସଙ୍ଗୀତା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.