ପାତ୍ରପୁର: ବଡଭାଇର କଟୁରୀ ଚୋଟରେ ମଝିଆ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅତି ନୃସିଂହ ଭବେ କଟୁରୀରେ ହାଣି ହାଣି ଭାଇକୁ ହତ୍ୟା କରିଛି ଭାଇ । ଏପରି ଏକ ଅଭାବନୀୟ ଘଟଣା ଜରଡା ଥାନା ତୁମ୍ବା ପଞ୍ଚାୟତ ଗୁଜୁଲିଙ୍ଗି ଆଦିବାସୀ ଗ୍ରାମରେ ଘଟିଥିବା ବେଳେ ଅଞ୍ଚଳରେ ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ହତ୍ୟାର ଶିକାର ହୋଇ ଥିବା ବ୍ୟକ୍ତି ଜଣକ କାର୍ତ୍ତିକ କାର୍ଜି (୩୫)ବୋଲି ଜଣାପଡ଼ିଛି। ଏନେଇ ଖବର ପାଇବା ପରେ ଜରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ଼ଭାଇ ଅସିନା କାର୍ଜିକୁ ଅଟକ ରଖିବା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି ।
ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ତାଙ୍କ ଭାଣିଜୀ ଜ୍ୱାଇଁ ପିଙ୍କୁ ନାୟକ ଏନେଇ ଥାନାରେ ଏତଲା ଦେଇଥିଲେ । ଅଭିଯୁକ୍ତ ଜଣକ ଗତ ତିନି ଚାରି ଦିନ ଧରି ଏକ କଟୁରୀ ଧରି ବୁଲିବା ସହ ଭାଇକୁ ହତ୍ୟା କରିବାପାଇଁ ଧମକ ଦେଉଥିଲା । ଗତକାଲି ମଝିଆ ଭାଇ ଜଣକ ଶୋଇଥିବା ବେଳେ କଟୁରୀ ସାହାଯ୍ୟରେ ଅତି ଜଘନ୍ୟ ଭବେ ବାରମ୍ବାର ଆକ୍ରମଣ କରିଥିଲା ବଡ଼ଭାଇ । ତାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ତାଙ୍କର ମୃତ୍ୟୁ ଘଟିଥିଲା ।
ତେବ ପୂର୍ବରୁ ଉଭୟଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଭାଇ ଅଲଗା ରହି ଆସୁଥିଲେ । ଗତ କିଛିବର୍ଷ ହେଲା ବଡ ଭାଇଙ୍କ ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ଗ୍ରାମର ଲୋକମାନେ କହିଛନ୍ତି । ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରବ ବୋଲି ସୂଚନା ଦେଇଛି।



