www.samajalive.in
Saturday, December 6, 2025
19.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ସମ୍ବିଧାନ ଅଧିକାର କର୍ତ୍ତବ୍ୟ ସମ୍ପର୍କରେ ସଚେତନତା

ପାତ୍ରପୁର: ଦୁର୍ଗମ ଅଞ୍ଚଳରେ ସାମ୍ବିଧାନିକ ଅଧିକାର କର୍ତ୍ତବ୍ୟ ସମ୍ପର୍କରେ କର୍ମଶାଳା। ପାତ୍ରପୁର,ଗଞ୍ଜାମ ଜିଲା ପାତ୍ରପୁର ତାଲୁକ୍ ଆଇନ ସେବା ପ୍ରାଧିକରଣ  ତରଫରୁ    ତରମଣ୍ଡା ଆଦିବାସୀ ଗ୍ରାମ ଠାରେ ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ଶିବିର ଅନୁଷ୍ଠିତ ହୋଇ ଥିଲା।ପାତ୍ରପୁର ଆଇନ ସେବା ପ୍ରାଧୀକରଣ ଅଧ୍ୟକ୍ଷା ବିଚାରପତି କ୍ରିଷ୍ଣା ମିଶ୍ରଙ୍କ ଅଧ୍ୟକ୍ଷତାରେ ସଚେତନତା ଶିବିର ଅନୁଷ୍ଠିତ ହୋଇ ଥିଲା ।

ଦୁର୍ଗମ ଅଞ୍ଚଳର ଲୋକମାନେ ସମ୍ବିଧାନ ପ୍ରଦତ୍ତ ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା। ମାଗଣାରେ କିଭଳି ଭାବେ  ଗରୀବ ଆଦିବାସୀ ମାନେ  ସମ୍ବିଧାନ ପ୍ରଦତ୍ତ ଅଧିକାର ପାଇପାରିବେ  ସେ ସମ୍ପର୍କରେ ପ୍ରକାଶ କରିଥିଲେ। ତୁରୁବୁଡି ଫରେଷ୍ଟର କମଳ କାନ୍ତ ପାତ୍ର ଜଙ୍ଗଲ ପୋଡି ହିଂସ୍ରଜନ୍ତୁ ତଥା ସରିଶୃପ ଦ୍ଵାରା ହେଉଥିବା କ୍ଷତି ସମର୍କରେ ସଚେତନ ରହିବା ସହିତ ମିଳୁଥିବା ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର, ସୁରଙ୍ଗି ଜିଲ୍ଲା ପରିଷଦ ସଭ୍ୟ ପିଙ୍କି ବଡମୁଣ୍ଡି , ଗଞ୍ଜାମ ଜିଲ୍ଲା ଆଦିବାସୀ  କଲ୍ୟାଣ ସଂଘ ସଭାପତି ଲକ୍ଷ୍ମୀକାନ୍ତ ବିଷୋୟୀ, ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ପ୍ରଧାନ,ୱାର୍ଡ ସଭ୍ୟ ତ୍ରିନାଥ ନାୟକ ଯୋଗଦେଇ ଆଦିବାସୀ ଅଞ୍ଚଳରେ ବିଭିନ୍ନ କିସମର ବୃକ୍ଷ ରୋପଣ  ନିମନ୍ତେ  କହିଥିଲେ।ଏହି କାର୍ଯ୍ୟ କ୍ରମରେ ଆଙ୍କୁଲି ପଞ୍ଚାୟତ ର ତରମଣ୍ଡା , ଯୁବାସାହି, ଲୁହାସିଙ୍ଗୀ, କମ୍ପୁଟବାଡ଼, କୁମ୍ଭାର ଦଲୀ, ପ୍ରଭୁତି ଗ୍ରାମର ଶତାଧିକ ଆଦିବାସୀ ଯୋଗ ଦେଇଥିଲେ। କୋର୍ଟ କର୍ମଚାରୀ ପୋଲିସ, ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଯୋଗ ଦେଇ ଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories