www.samajalive.in
Friday, December 12, 2025
27.1 C
Bhubaneswar

ଫାଇଲିନ ପରେ ହଜିଥିବା ଧଳା ଶାଗୁଣା ଦୃଶ୍ୟମାନ

ପାତ୍ରପୁର : ପ୍ରକୃତିର ଭାରସାମ୍ୟ ରକ୍ଷା ପାଇଁ ବୃକ୍ଷ ଲତା ଜୀବ ଜଗତ ରହିଛି। ଧୀରେ ଧୀରେ  ଜଳବାୟୁର ପରିବର୍ତ୍ତନ ଯୋଗୁଁ  ତାପମାତ୍ରା  ବୃଦ୍ଧି ପାଇବ ସହିତ ବର୍ଷାର ପରିମାଣ କମୁଛି। ଜାହାରି ଫଳରେ ଗତ କିଛି ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପଶୁ ପକ୍ଷୀ ମାନଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଉଥିବା ବେଳେ କେତେକ ପକ୍ଷୀ ଦେଖିବାକୁ   ମିଳୁନି। ଏକଦା ପ୍ରଦୂଷଣ କୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡୁଥିବା ଶାଗୁଣା ବଂଶ ୧୯୯୯ ମହାବାତ୍ୟା ପରେ ଅଞ୍ଚଳରୁ ସମ୍ପୂର୍ଣ୍ଣ  ଲୋପ ପାଇଯାଇଛି । ଏବେ ଗ୍ରାମାଞ୍ଚଳରେ ଶାଗୁଣା ମୋଟେ ଦେଖା ଯାଉନଥିବା ବେଳେ ଚାରି ବର୍ଷ  ଚିକିଟି ଅଞ୍ଚଳରେ ଦୁଇଟି ଶାଗୁଣା କିଛିଦିନ  ଜଙ୍ଗଲ ବିଭାଗର ନଜରକୁ ଆସିଥିଲା।

ଶାଗୁଣା ଭଳି  ଅଳ୍ପ ଛୋଟ ଥିବା ଏବଂ ଚିଲ ଠାରୁ ବଡଥିବା ଧଳା ଶାଗୁଣା ଗତବର୍ଷ ଫାଇଲିନ ବାତ୍ୟା ପରେ ଦେଖାଯାଉ ନଥିବା ଚିନ୍ତାର କାରଣ ପାଲଟି ଥିବା ବେଳେ ଏବେ ପୁଣି ପାଞ୍ଚବର୍ଷ ପରେ ନଜରକୁ ଆସିଛି। ପୂର୍ବରୁ ଅଂଚଳରେ ଶତାଧିକ ସଂଖ୍ୟା ରେ ଶାଗୁଣା  ବିଭିନ୍ନ ଗ୍ରାମରେ ବସବାସ କରୁଥିଲେ। ଶାଗୁଣାମାନେ ଗ୍ରାମ ତୋଟା ଏବଂ ଜଙ୍ଗଲ ପାର୍ଶ୍ବ ଅଂଚଳ ର ବିଭିନ୍ନ ସ୍ଥାନରେ ଥିବା ବଡ ବଟ, ଅସୋସ୍ତ, ଜିଡ ପ୍ରଭୁତି ଉଚ୍ଚା ଗଛ ଉପରେ ବାସ କରୁଥିଲେ। କେଉଁ ସ୍ଥାନରେ ପଶୁ ଟିଏ ମରି ପଡିବା କ୍ଷଣି ତୁରନ୍ତ ଦଳ ଦଳ ହୋଇ ସେହିଠାରେ ପହଞ୍ଚି ତାହାରି ମାଂସ ଭକ୍ଷଣ କରୁ ଥିଲେ। ।

- Advertisement -

ଯାହାରି ଫଳରେ  ଦୁର୍ଘନ୍ଧ ରୁ ମୁକ୍ତି ମିଳୁ ଥିଲା। ଶାଗୁଣା  ଦେଖିବାକୁ କଳା ରଙ୍ଗର ହୋଇ ଥିବା ବେଳେ ସେମାନଙ୍କ  ଲମ୍ବା ବେକ ଥିଲା । ଓଟପକ୍ଷୀ ପକ୍ଷୀ ଠାରୁ ଆକୃତିରେ ସାନ ଥିବା ବେଳେ ଗଛରେ ବସା ବାନ୍ଧି ରହୁଥିବ। ଏହି ପକ୍ଷୀ ୨୪ବର୍ଷ ତଳେ ମହାବାତ୍ୟା ପର ଠାରୁ ଦେଖା ଯାଉନାହାନ୍ତି। ତେବେ ଗତକିଛି ବର୍ଷ ହେଲା ଜଙ୍ଗଲ ଠାରୁ ଗ୍ରାମଞ୍ଚଳ ପର୍ଯ୍ୟନ୍ତ ପଶୁଙ୍କ ସଂଖ୍ୟା ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ଶାଗୁଣା ଉଭାନ ପରେ ଧଳା ରଙ୍ଗର ଶାଗୁଣା ମନେ ପଶୁପକ୍ଷୀଙ୍କ ମୃତ ଦେହକୁ ଭକ୍ଷଣ କରି ଶାଗୁଣା ଙ୍କ କାର୍ଯ୍ୟ ସମ୍ପାଦନ କରୁ ଥିଲେ।

ଧଳା ରଙ୍ଗର ଏହି ଶାଗୁଣା ଅଂଚଳ ର ପୋଖରୀ କୂଳରେ ଥିବା ଗଛ ଉପରେ ବସା ବାନ୍ଧି ରହୁ ଥିଲେ। ରାତି ପାହିଲେ ବିଭିନ୍ନ ସ୍ଥାନରେ ପହଞ୍ଚି ଖାଦ୍ୟ ସଂଗ୍ରହ କରୁ ଥିଲେ। ଅଞ୍ଚଳ ର ସାମନ୍ତରା ପୁର ,ଖ।ଡଙ୍ଗ।ରାଜେନ୍ଦ୍ର ପୁର,ନୂଆପେଣ୍ଠ ,ତାଳପଡ଼।ଶ୍ରୀରାମ ପୁର, ବାଦପୁର, ପ୍ରଭୁତି  ଅଞ୍ଚଳରେ ଏହି ଶାଗୁଣା ପୂର୍ବରୁ ଦେଖା ଦେଉ  ଯାଉଥିଲେ ।

ଫାଇଲିନର   ଚାରି ବର୍ଷ ପରେ ହଜି ଯାଇଥିବା ଏହି ଧଳା ପ୍ରଜାତିର ଶାଗୁଣା ପୁଣି  ନୁଆଁପେଣ୍ଠ ପୋଖରୀ  ଶ୍ରୀରାମ ପୁର ପ୍ରଭୁତି ସ୍ଥାନରେ ଦେଖିବାକୁ  ମିଳୁଛି।ଏହି ଶାଗୁଣା  ଦଳରେ  ତିନି ରୁ ଚାରିଗୋଟି ରହୁ ଥିଲେ। ଏବେ ଫାଇଲିନ ପର ଠାରୁ ଧଳା ରଙ୍ଗର ସାଗୁଣ। ଦେଖା ଯାଉ ନାହାନ୍ତି। ମହାବାତ୍ୟା ପରେ ଶାଗୁଣା ବଂଶ ଉଭାନ ହୋଇ ଯାଇଥିବା ବେଳେ ଫାଇଲିନ ପରେ ହଜି ଯାଇଥିବା ଧଳା ଶାଗୁଣା ପୁଣି ଦେଖା ଯିବା ବେଳେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories