ପାଟଣା ଥାନା ଅଞ୍ଚଳରେ ୨ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ଫାଣ୍ଡି ଅନ୍ତର୍ଗତ ଦୁଧିନାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୨୨ବର୍ଷର ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଛି । ଆଜି ସକାଳୁ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ପୁଲିସ କୁ ଖବର ଦେଇଥିଲେ । ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦି ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଛନ୍ତି । ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଜଗବନ୍ଧୁ ମୁଣ୍ଡା । ସେ କୌଣସି କାରଣରୁ ନିଜ ବାଡ଼ିରେ ଥିବା ଏକ ପଣସ ଗଛରେ ରଶି ଲଗାଇ ଝୁଲିପଡ଼ିଥିବା ପୁଲିସ କହିଛି।
prayash
ସେହିପରି ଆଉ ଏକ ଘଟଣା କ୍ରମରେ ପାଟଣା ଥାନା ଅନ୍ତର୍ଗତ ଦାମାହୁଦା ପଞ୍ଚାୟତ ବେଲସରେଇ ଗ୍ରାମରେ ସୁଶିଳା ମହାନ୍ତ ନାମକ ଜଣେ ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ମହିଳା ଙ୍କ ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି। ତେବେ ବେଲସରେଇ ଗ୍ରାମରୁ ପୁଲିସ ପକ୍ଷରୁ ସୁଶିଳା ମହାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏ ନେଇ ପାଟଣା ଥାନାରେ ଅପମୃତ୍ୟୁ ମାମଲା ୬୭/୨୦୨୪ ଏବଂ ୬୮/୨୦୨୪ ମୂଳେ ମାମଲା ରୁଜୁ କରାଜାଇ ଶ୍ରୀ ବାଦି ଓ ଏଏସଆଇ ପଞ୍ଚମୀ ମହାନ୍ତ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି। ମୃତଦେହ ଦୁଇଟିର ପାଟଣାରେ ବ୍ୟବଚ୍ଛେଦ କରାଯାଇଛି।
kalyan agarbati

Comments are closed.