www.samajalive.in
Sunday, December 14, 2025
23.1 C
Bhubaneswar

ଘଟଗାଁରେ ବ୍ଲକ ସ୍ତରୀୟ କ୍ରୀଡା ଉଦଯାପିତ

ପାଟଣା :  ଘଟଗାଁ ବ୍ଲକରେ ଚାଲିଥିବା ନୂଆ-ଓ ବ୍ଲକ ସ୍ତରୀୟ କ୍ରୀଡା ମହାସମାରୋହ ଉଦଯାପିତ ହୋଇଯାଇଛି। ବ୍ଲକର ୭ ଗୋଟି ସ୍ଥାନରେ ଏକକାଳୀନ ଭାବେ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ପଟିଲୋ ନୂଆଗାଁ ପଡ଼ିଆରେ ଭଲିବଲ, ରୁଟିଶିଳା ପଞ୍ଚାୟତ ପଡ଼ିଆରେ ଫୁଟବଲ, ପଣ୍ଡାପଡା ଅମ୍ବିକା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ କ୍ରିକେଟ, ମନୋହରପୁର ଲବକୁଶ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଫୁଟବଲ, ପିପିଳିଆ ନିତାଇ ଗୌର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ କ୍ରିକେଟ ଓ ଭଲିବଲ, ଗଦାଧରପୁରର ବାଟହରିଚନ୍ଦନପୁର ବାଣେଶ୍ବର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ କ୍ରିକେଟ ଓ ମିନି ଷ୍ଟାଡିୟମ ଘଟଗାଁ ଠାରେ ଫୁଟବଲ, ଭଲିବଲ, ପୁରୁଷ ଓ ମହିଳା ଖୋଖୋ, ପୁରୁଷ ଓ ମହିଳା କବାଡ଼ି ଏବଂ ପୁରୁଷ ଓ ମହିଳା କ୍ରିକେଟ ଖେଳ ଆୟୋଜନ କରାଯାଇଥିଲା। ପ୍ରତି ବିଭାଗର ଚୂଡାନ୍ତ ପର୍ଯ୍ୟାୟର ଖେଳ ଘଟଗାଁ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା।
ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ  ବ୍ଲକ ଏବିଡ଼ିଓ ଚିତ୍ତରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କ୍ରୀଡା ପ୍ରତିଯୋଗିତା ସଫଳ ରୂପେ ସମାପ୍ତ ହୋଇଥିଲା। ବିଭିନ୍ନ ସ୍ଥାନରେ ଏହି ପ୍ରତିଯୋଗିତାର ସଫଳ ନିଷ୍ପାଦନ ନିମିତ୍ତ ୫୦ ଜଣ ମ୍ୟାଚ ପରିଚାଳକ ଓ ୪୦ ଜଣ ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା।
ଉଦଯାପନ ଉତ୍ସବରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଓ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ,ବିଡ଼ିଓ ଭାଗବତ ପ୍ରସାଦ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ରୋହିତ କୁମାର ବେହେରା ଓ  ସମାଜସେବୀ ନାରାୟଣ ପଲେଇ ପ୍ରମୁଖ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର, ଟ୍ରଫି ଓ ନଗଦ ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଜିପିଇଓ ରୀତା କୁମାରୀ ନାଏକ,  ନିର୍ବାହୀ ଅଧିକାରୀ ପ୍ରଶାନ୍ତ ରାଉତ, ବୁଦ୍ଧଦେବ ମହାକୁଡ଼, ହମିଦ ମହାନ୍ତ, ଚିତ୍ରସେନ ମହାନ୍ତ,ସାରଙ୍ଗଧର ରଣା,  ଦୀପ୍ତିରଞ୍ଜନ ଦାସ ,ସାଧନା ନାହାକ, ନିରୂପମା ଘଡେଇ, ସୁଦିପ୍ତା ସ୍ୱାଇଁ, ଜିଆରଏସ ଦୀପ୍ତିରଞ୍ଜନ ପଲେଇ, ତୋଫାନ ମୁଦୁଲି, ରଣଜିତ ବାରିକ, ସୌମ୍ୟରଂଜନ ପଲେଇ, ବିଆରସି ବୁଲବୁଲ ରାଉତ, ଜେପିଇ ସୁଦୀପ୍ତ କୁମାର ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories