ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ଅନ୍ତର୍ଗତ ଭୀମାପଡ଼ା ଗ୍ରାମର ନେତ୍ରାନନ୍ଦ ମହାନ୍ତଙ୍କ ଦ୍ୱିତୀୟ ସ୍ତ୍ରୀ ଶକୁନ୍ତଳା ମହାନ୍ତଙ୍କ ବିଳମ୍ବିତ ରାତ୍ରୀ ରେ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ରବିବାର ସକାଳୁ ଶକୁନ୍ତଳାଙ୍କ ମୃତ ଦେହ ବିଛଣା ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ପାଟି ଓ ନାକରୁ ଫେଣ ବାହାରିଥିବା ଦେଖିବାକୁ ମିଳିଥିଲା। ବାପ ଘର ଲୋକ ଏହାକୁ ଏକ ସୁପରକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।
କେନ୍ଦୁଝରରୁ ୩ଜଣିଆ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରି ଯାଇଛନ୍ତି। ରବିବାର ସନ୍ଧ୍ୟାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତଦେହ ବ୍ୟବଛେଦପରେ ପରିବାର ଲୋକ ଙ୍କୁ ହସ୍ଥାନ୍ତର କରାଯାଇଛି। ଏନେଇ ପାଟଣା ଥାନାରେ ୫୩/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡ଼ିବ ଓ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ବିବତ୍ସ ପ୍ରଧାନ ସୂଚନା ଦେଇଛନ୍ତି।



