www.samajalive.in
Thursday, December 11, 2025
14.1 C
Bhubaneswar

‘ଓଡ଼ିଶାର ସାମାଜିକ-ରାଜନୈତିକ ସଂସ୍କାର ଦିଗରେ ମହାରାଜାଙ୍କ ଅବଦାନ ଅତୁଳନୀୟ’

ଭୁବନେଶ୍ୱର: ମହାରାଜା ଶ୍ରୀରାମଚନ୍ଦ୍ର ଥିଲେ ଜଣେ ଅତ୍ୟନ୍ତ ସରଳ, ପ୍ରଜାବତ୍ସଳ ଓ ଦେଶପ୍ରେମୀ ସୁଶାସକ । ମୟୂରଭଞ୍ଜ ତଥାଓଡ଼ିଶାରସାମଗ୍ରିକ ବିକାଶ ପାଇଁ ତାଙ୍କଅବଦାନ ଅବିସ୍ମରଣୀୟ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ଭାଷାଆନ୍ଦୋଳନ, ଅରଣ୍ୟ ଓ ଖଣିଜସଂପଦର ପୁନଃମୂଲ୍ୟାୟନ, ଶିଳ୍ପାୟନଆଦି ପ୍ରତିକ୍ଷେତ୍ରରେ ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଓ ଆଧୁନିକଜ୍ଞାନକୌଶଳର ପ୍ରୟୋଗ ସ୍ପଷ୍ଟ ଭାବରେ ପ୍ରତିଫଳିତହୁଏ ବୋଲିଅତିଥିମାନେଉଲ୍ଲେଖକରିଛନ୍ତି ।

ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ମୟୂରଭଞ୍ଜ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରୀ ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ ଯେ ମହାରାଜା ଶ୍ରୀ ଭଞ୍ଜଦେଓ ଓଡ଼ିଆଜାତି ଓ ଭାଷାର ଉନ୍ନତି ପାଇଁ ନିଜକୁ ସମର୍ପିତ କରିଥିଲେ । ମୟୂରଭଞ୍ଜର ରାଜା ହେଲେ ମଧ୍ୟ ସମଗ୍ର ଓଡ଼ିଶାର ସାମାଜିକ-ରାଜନୈତିକ ସଂସ୍କାର ଦିଗରେ ତାଙ୍କର ଅବଦାନ ଅତୁଳନୀୟ । ଓଡ଼ିଆ ଭାଷାଭାଷୀ ଅଞ୍ଚଳରଏକତ୍ରିକରଣ ଦିଗରେ ତାଙ୍କର ଉଦ୍ୟମ ଚିରସ୍ମରଣୀୟ । ତାଙ୍କ ରାଜତ୍ୱ କାଳରେ ମୟୂରଭଞ୍ଜ ଏକ ଆଦର୍ଶ ରାଜ୍ୟ ପାଲଟିଥିଲା ବୋଲି ସେ ମତବ୍ୟକ୍ତକରିଥିଲେ ।
ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶାରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର ସମ୍ମାନନୀୟା ଅତିଥି ଭାବେ ଯୋଗଦେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଉତ୍କଳ ଆକାଶର ଉଜ୍ଜ୍ୱଳ ତାରକା । ତାଙ୍କ ଜ୍ଞାନାଲୋକରେ କେବଳ ମୟୂରଭଞ୍ଜ ନୁହେଁ ବରଂ ସମଗ୍ର ଓଡ଼ିଶା ଆଲୋକିତ ହୋଇଥିଲା । ଓଡ଼ିଶାରଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ ଭିତ୍ତିଭୂମିର ବିକାଶ ପାଇଁ ତାଙ୍କର ବହୁବିଧ ଉଦ୍ୟମର ତୁଳନାନାହିଁ ବୋଲି ସେ ପ୍ରକାଶକରିଥିଲେ ।

- Advertisement -

ବିଶିଷ୍ଟଶିକ୍ଷାବିତ୍‌ ଓ ଗବେଷକଡ. ଗିରିଶ ପ୍ରସାଦ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ଓଡ଼ିଶାର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ସର୍ବୋପରି ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ପ୍ରଭାବ, ପରିକଳ୍ପନା ଓ ଅବଦାନ ଅନବଦ୍ୟ ଓ ଅନନ୍ୟ ବୋଲି ଉଲ୍ଲେଖ କରିଥିଲେ । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ମହାରାଜାଶ୍ରୀ ଭଞ୍ଜଦେଓ ସଭାପତିତ୍ୱ କରିଥିଲେ । ମାତ୍ର ୪୨ ବର୍ଷର ଜୀବନକାଳ ମଧ୍ୟରେ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ସେ ଅନେକ କାର୍ଯ୍ୟ କରିଯାଇଛନ୍ତି । ମହାରାଜାଙ୍କ ଜୀବନୀ ଓ ତ୍ୟାଗପୂତ ଅଣଆଲୋଚିତ ଦିଗଗୁଡ଼ିକ ଉପରେ ଆଲୋକପାତକ ରି ବାସ୍ତବରେ ସେ ଜଣେ ଯୁଗଜନ୍ମା ପୁରୁଷ ବୋଲିଡ. ସ୍ୱାଇଁ ପ୍ରକାଶ କରିଥିଲେ ।

ସଭା ଆରମ୍ଭରେ ଅତିଥିମାନେ ଓଡ଼ିଶାର ବରପୁତ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିବାବେଳେ ସୂଚନା ଓ ଲୋକସଂପର୍କ  ବିଭାଗର ନିର୍ଦ୍ଦେଶକ (ବୈଷୟିକ)ସୁରେନ୍ଦ୍ରନାଥ ପରିଡ଼ା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କୁ ଜଣେ ଜାତୀୟତାବାଦୀ ଜନନାୟକ ବୋଲି ଅଭିହିତ କରିଥିଲେ । ଆଜିର ଯୁବପିଢ଼ି ତାଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେଲେ ରାଜ୍ୟର ସୁନାମ ବହୁଗୁଣିତ ହେବ ବୋଲି ଶ୍ରୀପରିଡ଼ା କହିଥିଲେ । ତରଙ୍ଗ ଅନୁଷ୍ଠାନର କଳାକାରମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।ମୟୂରଭଞ୍ଜ ସାଂସ୍କୃତିକ ସଂସଦର ସାଧାରଣ ସଂପାଦକ ଡ. ରଜନୀକାନ୍ତ ବିଶ୍ୱାଳ ଧନ୍ୟ ବାଦଅର୍ପଣ କରିଥିବାବେଳେ ସୂଚନା ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ  ସନ୍ତୋଷକୁମାର ଦାସ, ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଏବଂ ବହୁ ବରିଷ୍ଠ ଅଧିକାରୀଏବଂକର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories