www.samajalive.in
Sunday, December 14, 2025
26.1 C
Bhubaneswar

ଅଟୋକୁ ପିଟିଲା କଣ୍ଟେନର ୩ ମୃତ ,୪ ଗୁରୁତର

ପାଟଣା: ଆଜି ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଅଞ୍ଚଳ ଖିରେଇଟାଙ୍ଗିରି ଠାକୁରାଣୀଶାଳ ନିକଟରେ ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ସନ୍ତେଇଭଞ୍ଜ ଗ୍ରାମକୁ ଫେରୁଥିବା ଏକ ଜରିପାଲ ଘେରା ଡାଲା ଅଟୋକୁ ପଛରୁ ଏକ କଣ୍ଟେନର ଧକ୍କା ଦେବାରୁ ଦୁର୍ଘଟଣାରେ ଅଟୋ ଡାଲାରେ ଥିବା ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ଉଭୟ ମୃତ ଓ ଗୁରୁତରଙ୍କୁ ଆମ୍ବୁଲାନ୍ସରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ଖବର ପାଇ ତୁରୁମୁଙ୍ଗା ଥାନାଧିକାରୀ ଇନ୍ଦ୍ରଜିତ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି । ଦୁର୍ଘଟଣା ପରେ ଏଠାରେ ଉତେଜନା ପ୍ରକାଶ ପାଇଥିବା ସହ ରାସ୍ତାରୋକ କରାଯାଇଥିଲା। ପୁଲିସ ଲୋକମାନଙ୍କୁ ବୁଝା ସୁଝା କରି ରାସ୍ତା ଯାତାୟାତ ଅସୁବିଧା ଏଡାଇଛି।

ଖବରରୁ ପ୍ରକାଶ ଯେ ତେଲକୋଇ ବ୍ଲକ ସନ୍ତେଇଭଞ୍ଜ ଗ୍ରାମରୁ ଏକ ଡାଲା ଅଟୋରେ ୮ ଜଣ ବ୍ୟକ୍ତି ସ୍ୱାମପାଟଣା ଶିବ ମନ୍ଦିରକୁ ଜଳ ଲାଗି କରିବା ପାଇଁ ଆସିଥିଲେ। ସେମାନେ ପାଟଣାରେ ଜଳ ଲାଗି କରିବା ପରେ ବୁଲାବୁଲି କରି ଗ୍ରାମକୁ ୪୯ ନଂ ଜାତୀୟ ରାଜପଥରେ ଡାଲା ଅଟୋରେ ଘରକୁ ଫେରୁଥିବା ବେଳେ ଖିରେଇଟାଙ୍ଗିରୀ ଠାକୁରାଣୀ ଶାଳ ନିକଟରେ ଥିବା ହମ୍ପସରେ ଅଟୋଟି ବ୍ରେକ ମାରିବା ମାତ୍ରେ ପଛେ ପଛେ ଆସୁଥିବା ଏକ କଣ୍ଟେନର ଡାଲା ଅଟୋଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସନ୍ତେଇଭଞ୍ଜ ଗ୍ରାମର ଦୀପକ କୁମାର ନାଏକ(୨୫), ଗୁରୁ ନାଏକ(୪୫) ଓ ଲିଙ୍ଗା ନାଏକ(୫୦)ଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ଗ୍ରାମର ପିନୁ ପ୍ରଧାନ(୧୯),ରଞ୍ଜନ ନାଏକ (୨୬),ତାପସ ନାଏକ(୨୬) ଓ ଅଟୋ ଚାଳକ ରାଇପାଳ ଗ୍ରାମର କଳିଙ୍ଗ ପେଣ୍ଠେଇ(୨୦)ଥିବା ଜଣାପଡିଛି। ସମସ୍ତ ଗୁରୁତର ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories