ପାଟଣା : ପାଟଣା ବ୍ଲକରେ ୨୦ଟି ପଞ୍ଚାୟତର ଅଞ୍ଚଳକୁ ବାହାର ରାଜ୍ୟରୁ ୧୪୬୦ ଜଣ ପ୍ରବାସୀ ଓଡ଼ିଆ ମଇ ୩ ପରେ ଘରକୁ ଫେରିବେ ବୋଲି ସେମାନଙ୍କ ପରିବାର ପକ୍ଷରୁ ପଞ୍ଚାୟତମାନଙ୍କରେ ଆବେଦନ କରାଯାଇଛି। ଏମାନଙ୍କ ମଧ୍ୟରୁ ସୋମବାର ମଧ୍ୟାହ୍ନ ସୁଧା ୩୨୦ ଜଣ ବାହାର ରାଜ୍ୟରେ ଥାଇ ନିଜ ନିଜ ପଞ୍ଚାୟତରେ ନାମ ପଞ୍ଜୀକରଣ କରିଥିବା ଜଣାପଡିଛି। ତେବେ ପାଟଣା ବ୍ଲକ ଅଞ୍ଚଳର ମୋଟ ଏକ ହଜାର ପାଖାପାଖି ଶଯ୍ୟା ସଙ୍ଗରୋଧ କେନ୍ଦ୍ର କରାଯାଇଥିବା ବେଳେ ଶଯ୍ୟାଠାରୁ ତିନିଗୁଣ ଅଧିକ ଲୋକ ବାହାର ରାଜ୍ୟରୁ ଫେରିବା ଅପେକ୍ଷାରେ ଥିବା ଆକଳନ କରା ଯାଉଥିବାରୁ ବ୍ଲକ ପ୍ରଶାସନକୁ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ଅଧିକ ସଙ୍ଗରୋଧ କେନ୍ଦ୍ର ସ୍ଥାପନ ପାଇଁ ପାଟଣା ବିଧାୟକ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ଘଟଗାଁ ବ୍ଳକରେ ୧୮୧୮ ଜଣ ଲୋକ ବାହାର ରାଜ୍ୟରୁ ଫେରିବା ଅପେକ୍ଷାରେ ଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ୯ଶହ ଜଣ ନାମ ପଞ୍ଜୀକରଣ କରିଥିବା ଏବିଡିଓ ଚିତ୍ତରଞ୍ଜନ ନାୟକଙ୍କ ଠାରୁ ସୂଚନା ମିଳିଛି । ତେବେ ବାହାର ରାଜ୍ୟରୁ ଫେରୁଥିବା ଶ୍ରମଜୀଵୀମାନଙ୍କ ମଧ୍ୟରୁ କୋଲକାତା ଏବଂ ମହାରାଷ୍ଟ୍ର ଫେରନ୍ତାକୁ ଚିହ୍ନଟ କରି ସେମାନଙ୍କ ପାଇଁ ସ୍ବତନ୍ତ୍ର ସଙ୍ଗରୋଧ ସ୍ଥାପନ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପାଟଣାକୁ ଫେରିବେ ୧୪୬୦ ପ୍ରବାସୀ ଓଡ଼ିଆ : ୩୨୦ ନାମ ପଞ୍ଜୀକୃତ
Popular Categories



