www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ବାସ୍ଥ୍ୟପ୍ରଦ ଭୋଜନ: ହଳଦି ତରକାରି

ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ଶୁଦ୍ଧ ହଳଦି ଖୁବ୍ ହିତକାରୀ। ଖଣ୍ଡ ହଳଦିକୁ ଗୁଣ୍ଡ କରି ଉଷୁମ ଖିରରେ ପିଇଲେ ତାହା ବିଭିନ୍ନ ସଂକ୍ରମଣଜନିତ ରୋଗରୁ ରକ୍ଷା କରେ। ଖଣ୍ଡ ହଳଦିକୁ ଉପଯୋଗ କରି ଆପଣ ତରକାରି ଭାବେ ଖାଇବା ମଧ୍ୟ ଭଲ।

ଆବଶ୍ୟକ ସାମଗ୍ରୀ: ଖଣ୍ଡ ହଳଦି ୧ କପ୍, ଅଧ କପ୍ ମଟର, ପିଆଜ ଚୂନାଚୂନା କଟା ୨ବଡ଼ ଚାମଚ, ଧନିଆ ଗୁଣ୍ଡ ୧ଛୋଟ ଚାମଚ, ଲାଲ ଲଙ୍କା ଗୁଣ୍ଡ ୧ଛୋଟ ଚାମଚ, ଟମାଟୋ କଟା ୨ ବଡ଼ ଚାମଚ, ଅଧ କପ୍ ଦହି, ସ୍ବାଦାନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ଅଧ ଚାମଚ, ଡାଲଚିନି ଗୋଟିଏ ଖଣ୍ଡ, ତେଜପତ୍ର ୨ଟି, ଅଦା ଚୂନାଚୂନା କଟା ଅଧ କପ୍

- Advertisement -

ପ୍ରସ୍ତୁତି: ଅଦା ଓ ହଳଦିକୁ ଭଲଭାବେ ପରିଷ୍କାର କରି ଅଲଗା ରଖନ୍ତୁ। ହଳଦିକୁ ଛୋଟ ଆକାରରେ କାଟି ରଖିବେ। କଡେଇକୁ ଚୂଲାରେ ବସାଇ ଗରମ କରିବା ପରେ ଘିଅ ପକାନ୍ତୁ। ପରେ ତେଜପତ୍ର, ଡାଲଚିନି ଓ ଗୋଲମରିଚ ଗୁଣ୍ଡ ପକାଇ ୫-୬ ସେକେଣ୍ଡ ଅପେକ୍ଷା କରିବେ। ଏସବୁ ମସଲାର ବାସ୍ନା ଆସିବା ପରେ କଟା ହଳଦି ଓ ଅଦା ପକାଇ ଦିଅନ୍ତୁ। ୨ ମିନିଟ୍ ପର୍ୟ୍ୟନ୍ତ ମସଲାରେ ମିଶାଇ ରଖିବା ପରେ ମଟର ଓ ଟମାଟୋ ପକାଇବେ। ଏହା ପରେ ଦହି ଓ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାନ୍ତୁ। ସବୁ ଭଲରେ ମିଶିବା ପରେ କଟା ପିଆଜକୁ ପକାଇ ଚୂଲା ବନ୍ଦ କରିନେବେ। ପାଟିକୁ ସୁଆଦିଆ ନ ଲାଗିଲେ ମଧ୍ୟ ଏହା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ରୁଟି କିମ୍ବା ଭାତ ସହ ଗରମଗରମ ଏଇ ତରକାରି ଖାଇ ନିଅନ୍ତୁ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories