www.samajalive.in
Tuesday, December 9, 2025
17.1 C
Bhubaneswar

ପାଟନା ହାଇକୋର୍ଟ ଜଜ କହିଲେ- ଦୁର୍ନୀତିକୁ ସଂରକ୍ଷଣ ଦେଉଛି ନ୍ୟାୟପାଳିକା

ପାଟନା : ନ୍ୟାୟପାଳିକା ଦୁର୍ନୀତିକୁ ସଂରକ୍ଷଣ ଦେଉଥିବା ଟିପ୍ପଣୀ ଦେଇ ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ରାକେଶ କୁମାର ବିବାଦ ଘେରକୁ ଆସିଛନ୍ତି। ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଗୁରୁବାର ନୋଟିସ୍‍ ଜାରି କରି ତତ୍କାଳ ପ୍ରଭାବରେ ରାକେଶ କୁମାରଙ୍କ ନ୍ୟାୟିକ କାର୍ଯ୍ୟ ଉପରେ ରୋକ ଲଗାଇଛନ୍ତି। ରାକେଶ କୁମାର ଏଣିକି ଆଉ କୌଣସି ମାମଲାର ଶୁଣାଣି କରିପାରିବେ ନାହିଁ।

ରାକେଶ ଏକ ମାମଲାର ଶୁଣାଣି ବେଳେ ନିଜ ବରିଷ୍ଠ ଜଜଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ।
ରାକେଶ କୁମାର କହିଥିଲେ ଯେ ଲାଗୁଛି ଉଚ୍ଚ ନ୍ୟାୟାଳୟ ପ୍ରଶାସନ ଦୁର୍ନୀତିଗ୍ରସ୍ତ ନ୍ୟାୟିକ ଅଧିକାରୀଙ୍କୁ ସଂରକ୍ଷଣ ଦେଉଛି। ବିଚାରପତି ରାକେଶ କୁମାର ପୂର୍ବତନ ଆଇପିଏସ ଅଧିକାରୀ ରମେୟାଙ୍କ ମାମଲାର ଶୁଣାଣି ବେଳେ ନିଜ ସହଯୋଗୀ ବିଚାରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଶୁଣାଣି ସମୟରେ ସେ ରମେୟାଙ୍କ ଜାମିନ ଖାରଜ କରିବା ସହ ତାଙ୍କୁ କିପରି ନିମ୍ନ ଅଦାଲତ ଜାମିନ ଦେଇଥିଲେ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ଯେଉଁ ଅଧିକାରୀଙ୍କୁ ଦୁର୍ନୀତି ମାମଲାରେ ବହିଷ୍କାର କରାଯିବା କଥା, ତାଙ୍କୁ କୋହଳ ଦଣ୍ଡ ଦେଇ ଛାଡ଼ି ଦିଆଯାଉଛି। ଲାଗୁଛି ଉଚ୍ଚ ନ୍ୟାୟାଳୟ ଦୁର୍ନୀତିକୁ ସଂରକ୍ଷଣ ଦେଉଛି।
ଏଭଳି ଟିପ୍ପଣୀ ପାଇଁ ତାଙ୍କ ନ୍ୟାୟିକ କାର୍ଯ୍ୟ ଉପରେ ତତ୍କାଳ ପ୍ରଭାବରେ ରୋକ ଲଗାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories