ପଟାଙ୍ଗି : କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସିମାନ୍ତ ପଟାଙ୍ଗି ବ୍ଳକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତ ରେ ମାନ୍ୟବର ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି ରଖିଛନ୍ତି। ପଡୋଶୀ ଆନ୍ଧ୍ର ସରକାର ଏହାକୁ ନ ମାନି ବାରମ୍ବାର ଅନୁପ୍ରବେଶ ଜାରି ରଖିଥିବା ରୁ ଏହା ଉପରେ ରୋକ୍ ଲଗାଇବା ପାଇଁ ବିଧାନସଭାରେ ପଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଦାବି ଉପସ୍ଥାପନ କରିଛନ୍ତି। କୋଟିଆ ପଞ୍ଚାୟତ ୨୮ ଖଣ୍ଡ ଗ୍ରାମ ପୁଞ୍ଜକୁ ନେଇ ଗଠିତ ହୋଇଛି। ଏଥିରୁ ୨୧ ଖଣ୍ଡ ଗ୍ରାମ ପୁଞ୍ଜ ସର୍ଭେ ନ ହୋଇ ବିବାଦୀୟ ଘେରରେ ରହିଛି।
ମାଡ୍ରାସ ପ୍ରେସିଡେନ୍ସି ଅନୁସାରେ ୧୯୩୪ ମସିହାରୁ କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ରାଜ୍ୟ ସରକାର ଦାବି କରିଆସୁଛନ୍ତି। ଅନୁପ୍ରବେଶ ରେ ରୋକ ଲଗାଇବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ୧୯୬୮ ମସିହାରେ ସୁପ୍ରିମକୋର୍ଟ ରେ ମାମଲା ଦାୟର କରିଥିଲେ।କେସ ନଂ ଓସ୧୦/୧୯୬୮ ପ୍ରକାରେ ମାନ୍ୟବର ସୁପ୍ରିମକୋର୍ଟ ୩୦/୦୩/୨୦୦୬ ରୁ ସ୍ଥିତାବସ୍ଥା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆନ୍ଧ୍ର ପ୍ରଦେଶ ସରକାର ଏହାକୁ ନ ମାନି ବାରମ୍ବାର ଅନୁପ୍ରବେଶ ଜାରି ରଖିଛି।
ଗତ ବିଜେଡି ସରକାର ଅମଳରେ ସିମାନ୍ତ ରେ ସ୍ଵତନ୍ତ୍ର ପ୍ୟାକେଜ ମାଧ୍ୟମରେ ବିକାଶ ହୋଇଥିଲା। କିନ୍ତୁ କୋଟିଆ ର ସୁରକ୍ଷା ପାଇଁ କୌଣସି ସ୍ଥାୟୀ ସମାଧାନ କରାଯାଇ ନଥିବା ରୁ ବାରମ୍ବାର ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର। ପ୍ରାକୃତିକ ଏବଂ ଖଣିଜ ସଂପଦ ରେ ଭରା କୋଟିଆ ପଞ୍ଚାୟତ କୁ ଆନ୍ଧ୍ର ନିଜ ଅକ୍ତିଆରକୁ ନେବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି। ଓଡ଼ିଶା ରେ କୋଟିଆ କୁ ଗୋଟିଏ ପଞ୍ଚାୟତ ରେ ରଖାଯାଇଛି। କିନ୍ତୁ ଆନ୍ଧ୍ର ଏହାକୁ ତିନି ଗୋଟି ପଞ୍ଚାୟତ ରେ ବିଭକ୍ତ କରି ନିଜର ଦବଙ୍ଗଗିରି ଜାରି ରଖିଛି।
ଭୌଗଳିକ ଅବସ୍ଥିତି ଅନୁସାରେ କୋଟିଆ ୩୦/୪୦ କିମି ପରିଧିରେ ପାହାଡ଼ ବର୍ବତ ଘେରରେ ରହିଛି। ଫଳରେ ବିସ୍ତୀର୍ଣ୍ଣ ଅଞ୍ଚଳ ର ସୁରକ୍ଷା ଏବଂ ବିକାଶ ପାଇଁ ଗୋଟିଏ ପଞ୍ଚାୟତ ପର୍ଯ୍ୟାପ୍ତ ନୁହେଁ ବୋଲି ବୁଦ୍ଧିଜୀବୀ ମହଲ ମତବ୍ୟକ୍ତ କରୁଛନ୍ତି। ,ତଳଗଞ୍ଜେଇପଦର,ଉପରଗଞ୍ଜେଇ ପଦର,, କୋଟିଆ, ନାରେଡିବାଲସ,ତାଡିବାଲସା, ଧୁଳିପଦର, ଫାଟୁସିନେରୀ, ଫଗୁଣ ସିନେରି,ହରମାଣ୍ଡାଙ୍ଗି, ମାଡକାର, ଡଲିଆମ୍ବ,ତଳସେମ୍ବି,ଉପର ସେମ୍ବି,ମହିପାଣି, ସଲପଗୁଡା,କନାଦୋରା,ରଣାସିଂ,ଉପରପନି କ,ସିମାଗେଡା,ସିଡିବାଲସା ଆଦି ଗ୍ରାମ ପୁଞ୍ଜ ବିବାଦ ଘେରରେ ରହି ଉଭୟ ରାଜ୍ୟ ସରକାର ଙ୍କ ଠାରୁ କେନ୍ଦ୍ରୀୟ ଏବଂ ରାଜ୍ୟ ଅନୁଦାନ ପାଉଛନ୍ତି।
ଆନ୍ଧ୍ର ଓଡ଼ିଶା ସୀମାରେ ଜୋର୍ ଜବରଦସ୍ତ ପୁରୀ ନିଜ ରାଜ୍ୟ ର ସମସ୍ତ ସୁବିଧା ଲୋଭ ଦେଖାଇ ନିଜ ଆଡକୁ ଟାଣି ନେଉଛି।କିଛି ଗ୍ରାମ ଟାଉଟର ବା ଦଲାଲ ଆନ୍ଧ୍ର ପ୍ରଦେଶ ସରକାରୀ କର୍ମଚାରୀ ଏବଂ ରାଜନୈତିକ ନେତାଙ୍କ ସହ ମିସି ବେଆଇନ ଅନୁପ୍ରବେଶ କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ପ୍ରଶାସନିକ ଅପାରଗତା ଯୋଗୁଁ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଓଡ଼ିଆ ଅସ୍ମିତା ର ନାରା ଦେଇ ରାଜ୍ୟ ସରକାର ଚୁପ୍ ନ ରହି ଆନ୍ଧ୍ର ଚକ୍ରାନ୍ତ ରୁ କୋଟିଆ କୁ ସମ୍ପୁର୍ଣ୍ଣ ରୁପେ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।



