ପାଟଣାଗଡ : ପିସ୍ତଲ ଦେଖାଇ ବ୍ୟକ୍ତିଙ୍କ ଠାରୁ ବାଇକ ଲୁଟ ହୋଇଛି। ଏଭଳି ଏକ ଘଟଣା ଘଟିଛି ପାଟଣାଗଡ଼ରେ। ଗୁରୁବାର ସକାକ ୪ଟା ସମୟରେ ଗୋପ ପୁଟେଲ ନାମକ ଜଣେ ପରିବା ବେପାରୀ ନିଜ ଗାଁ ଯୋଗୀମୁଣ୍ଡାରୁ ପାଟଣାଗଡ଼କୁ ଆସୁଥିଲେ । ଏହି ସମୟରେ ବାଲିପଟା ଓ ବିଲେଇସାଥୀ ମଝିରେ ଥିବା ପୋଲ ନିକଟରେ ୨ଜଣ ଦୁର୍ବୁତ୍ତ ଆସି ଲୁହାଛଡ଼ ଓ ଠେଙ୍ଗାରେ ଗୋପଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସେ ପଡ଼ି ଯାଇଥିଲେ । ପରେ ଦୁର୍ବୁତ୍ତମାନେ ଏକ ଦେଶୀ ପିସ୍ତଲ ଦେଖାଇ ତାଙ୍କ ଠାରୁ ବାଇକଟିକୁ ଲୁଟି ନେଇଥିଲେ । ପରେ ଗୋପ ତାଙ୍କ ଭାଇଙ୍କୁ ଖବର ଦେବାରୁ ପରିବାର ଲୋକ ଆସି ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିଥିଲେ । ଗୋପଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ପରେ ଏନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



