www.samajalive.in
Saturday, December 6, 2025
26.1 C
Bhubaneswar

ଧନତେରସ : କିଣନ୍ତୁ ଲୁଣ : ହୋଇଥାଏ ଧନବୃଦ୍ଧି

ଦୀପାବଳିକୁ ଓ ଧନତେରସକୁ ଆଉ ଅଳ୍ପ ଦିନ ବାକି। ଅନେକ ମହତ୍ତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଏହା ଗୋଟିଏ। ଧନତେରସକୁ ତ୍ରୟାଦଶୀ ଓ ଧନ୍ୱନ୍ତରୀ ଜୟନ୍ତୀ ମଧ୍ୟ କୁହାଯାଏ। ମାନ୍ୟତା ଅନୁଯାୟୀ, ଏହିଦିନରୁ ଆଲୋକର ପର୍ବ ଦୀପାବଳି ମଧ୍ୟ ଆରମ୍ଭ ହୋଇଥାଏ।ଦୀପାବଳି ପର୍ବ ଧନତେରସ ଠାରୁ ଆରମ୍ଭ ହୋଇଥାଏ। ଶାସ୍ତ୍ର ଅନୁଯାୟୀ, ଧନତେସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ। ଧନତେରସ ଭଗବାନ ଧନ୍ୱନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ପ୍ରାପ୍ତି ହେବାର ପର୍ବ।
ତେବେ ଧନତେରସ ଦିନ ଲୋକେ ରାଶି ଅନୁଯାୟୀ ହେଉ ଅଥବା ମାନ୍ୟତା ଅନୁଯାୟୀ ବିଭିନ୍ନ ଅଳଙ୍କାର ସହ ଅନ୍ୟାନ୍ୟ ଜିନିଷ ମଧ୍ୟ କିଣିଥାଆନ୍ତି। ମାତ୍ର ଏହିଦିନ ଲୁଣ କିଣିବା ଖୁବ ଶୁଭ ବୋଲି କୁହାଯାଏ। ଜାଣନ୍ତୁ ଲୁଣ କିଣିବା ସହ କେଉଁ କେଉଁ ଉପାୟ କରିବେ ..
ମାନ୍ୟତା ଅନୁଯାୟୀ, ଧନତେରସ ଦିନ ଲୁଣ କିଣି ଘରକୁ ଆଣିବା ଦ୍ୱାରା ଧନଲାଭ ହୋଇଥାଏ। ଘରେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଏହି ଦିନ ଲୁଣ କିଣି ନିଶ୍ଚୟ ଘରକୁ ଆଣନ୍ତୁ।
ଏହି ଦିନ କିଣିଥିବା ଲୁଣକୁ ଭୋଜନ ପ୍ରସ୍ତୁତିରେ ନିଶ୍ଚୟ ବ୍ୟବହାର କରନ୍ତୁ। ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ। ମାନ୍ୟତା ଅନୁଯାୟୀ, ଏହିଦିନ ପାଣିରେ ଲୁଣ ମିଶାଇ ଘରକୁ ପୋଛନ୍ତୁ। ଏହାଦ୍ୱାରା ଘରୁ ଅଶାନ୍ତି ,ନକରାତ୍ମକ ଶକ୍ତି ଓ ଦାରିଦ୍ର୍ୟତା ଦୂର ହୋଇଥାଏ।
ଏହିଦିନ ଲୁଣ କିଣି ବ୍ୟବହାର କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ଏହି ଦିନ ଘରର ଉତ୍ତର ଓ ପୂର୍ବ ଦିଗରେ ଘରର କୋଣରେ ଏକ କାଚ ପାତ୍ରରେ ଅଳ୍ପ କିଛି ଲୁଣ ଭର୍ତ୍ତି କରି ରଖି ଦିଅନ୍ତୁ। ଏହାଦ୍ୱାରା ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ। ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହୋଇଥାଏ।
ବୈବାହିକ ଜୀବନରେ ସମସ୍ୟା ଲାଗି ରହୁଥିଲେ ରାତିରେ ଏହି ଦିନ ନିଜ ଶୟନ କକ୍ଷରେ ଏକ କୋଣରେ ଅଳ୍ପ କିଛି ଲୁଣ ରଖି ଦିଅନ୍ତୁ। ଏହାଦ୍ୱାରା ସମସ୍ୟା ଦୂର ହୋଇ ବୈବାହିକ ଜୀବନ ସୁଖମୟ ହୋଇଥାଏ।
ଏହି ଦିନ ଘରର ପିଲାଙ୍କୁ ଗାଧୋଇବା ସମୟରେ ପାଣିରେ ସାମାନ୍ୟ ଲୁଣ ପକାଇ ସ୍ନାନ କରାନ୍ତୁ। ଏହାଦ୍ୱାରା ପିଲାଙ୍କୁ ସହଜରେ ନଜର ଲାଗି ନଥାଏ। ଶରୀର ମଧ୍ୟ ସୁସ୍ଥ ରହିଥାଏ।
କର୍ମକ୍ଷେତ୍ର ଓ ବ୍ୟବସାୟରେ ସମସ୍ୟା ଲାଗି ରହୁଥିଲେ ଓ କ୍ଷତି ହେଉଥିଲେ ହାତରେ ଅଳ୍ପ କିଛି ଲୁଣ ନିଅନ୍ତୁ। ନିଜ ମୁଣ୍ଡ ଉପରେ ୩ ଥର ବୁଲାଇ ରାସ୍ତାକୁ ଫିଙ୍ଗି ଦିଅନ୍ତୁ। ଏହାଦ୍ୱାରା କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories