ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନିହ୍ନୁଆଁରେ ଥିବା ବିଦେଶୀ ମଦ ଦୋକାନରେ ସୋମବାର ସରକାରୀ ନିର୍ଦ୍ଦେଶନାମା ଅନୁସାରେ ମଦ ବିକ୍ରି ଆରମ୍ଭ ହେଉଥିଲା। ପରେ ଗରମ ଯୋଗୁ ମଦ ପେଟି ଗୁଡିକୁ ବାହାରକୁ ବାହାର କରାଯାଇଥିଲା। ମଦ ନେବାକୁ ଅନଲାଇନରେ ବରାଦ କରିଥିବା ଗ୍ରାହକ ମାନେ ଗାଡି ଧରି ଅପେକ୍ଷାରତ ଥିବା ବେଳେ କିଛି ମହିଳା ମାନେ ମଦ ପେଟି ଗୁଡିକ ଛଡାଇ ନେଇଥିବା ଦେଖାଯାଇଛି। ଲକ ଡାଉନ ସମୟରେ ମଦ ମାଗି ହତାଶ ହୋଇଥିବା କିଛି ଲୋକ ମହିଳା ମାନଙ୍କୁ ହାତେଇ ଏପରି ଘଟଣା ଘଟାଇଥିବା ଜଣାପଡିଛି ।
Popular Categories



