www.samajalive.in
Wednesday, December 10, 2025
26.1 C
Bhubaneswar

ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ହତ୍ୟା ଅଭିଯୋଗ

ବେଲପଡା : ବଲାଙ୍ଗିର ଜିଲା ବେଲପଡା ଥାନା ଅଧିନ ଚନ୍ଦ୍ରପୁର ଗ୍ରାମର ଧନମତ ପୋଢଙ୍କ ସ୍ତ୍ରୀ ସାବିତ୍ରୀ ପୋଢ (୩୫)ଙ୍କ ଗତକାଲି ରାତିରେ ନିଜ ଘରେ ମୃତ୍ୟୁ ହୋଇଛି। ଏହି ମୃତ୍ୟୁ କୁ ନେଇ ମୃତାଙ୍କ ପରିବାର ଲୋକ ସ୍ବାମୀ ନାମରେ ହତ୍ୟା ଅଭିଯୋଗ ଏହି ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମୃତାଙ୍କ ବାପା ଦାବି କରିଛନ୍ତି। ପୁଲିସ ମଧ୍ୟ ଏନେଇ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ଯେ, ଗତ ୧୦ ବର୍ଷ ତଳେ ଧାତୁକଜୁରୀ ଗ୍ରାମର ବିରଞ୍ଚି ବାଗଙ୍କ ଝିଅ ସାବିତ୍ରୀ ସହ ବେଲପଡା ଥାନା ଚନ୍ଦ୍ରପୁର ଗ୍ରାମର ଧନଭୁଜ ପୋଢଙ୍କ ସହ ବିବାହ ହୋଇଥିଲା। ତାଙ୍କର ଏକ ୮ବର୍ଷ ର ଝିଅ କବିତା ଓ ୨ବର୍ଷର ଝିଅ ରଶ୍ମିତା ଅଛନ୍ତି। ୨ଟି ଝିଅ ହେବା କାରଣ ରୁ ମୃତା ସାବିତ୍ରୀଙ୍କୁ ତାର ସ୍ୱାମୀ ବିଭିନ୍ନ ସମୟରେ ମାଡଧର କରୁଥିଲା। ଏହାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ରହୁଥିଲା ବୋଲି ମୃତା ସାବିତ୍ରୀର ଭାଇ ପ୍ରେମ ରାଜ ବାଗ ଗଣମାଧ୍ୟମକୁ କହିଛନ୍ତି। ଗତ ସପ୍ତାହ ପୂର୍ବରୁ ସପରିବାରକୁ ନେଇ ଧନଭୁଜ ପୋଢ ଶ୍ୱଶୁର ଘର ଧାତୁକ ଜୁରୀକୁ ଆସିଥିଲା। ସେଠାରେ ମଧ୍ୟ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା ଓ ସମାଧାନ ମଧ୍ୟ ହୋଇଥିଲା। କିନ୍ତୁ ଗତକାଲି ରାତିରେ ତୁମ ଭଉଣୀର ଦେହ ଖରାପ ଥିଲା, ଜ୍ୱର ହୋଇ ଝାଡା ହେଲା ଓ ମରିଯାଇଛି ବୋଲି ପ୍ରେମ ରାଜ ବାଗକୁ ଫୋନରେ ଧନଭୁଜ ଜଣାଇଥିଲା। ପରେ ଘଟଣାର ସତ୍ୟାସତ୍ୟ ଜାଣିବାପାଇଁ ସାଙ୍ଗେସାଙ୍ଗେ ପରିବାର ଲୋକ ଆସି ପହଞ୍ଚିଥିଲେ। ଘଟଣା ଦେଖିବା ପରେ ବେଲପଡା ଥାନାକୁ ଆସି ମୃତ୍ୟୁର ତଦନ୍ତ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories