www.samajalive.in
Thursday, December 11, 2025
23.1 C
Bhubaneswar

କୋଭିଡ-୧୯ ମୁକାବିଲାରେ ବିଫଳତା ଅଭିଯୋଗ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି

ସମାଜ ପୋର୍ଟାଲ ଡେସ୍କ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେ ସୋମବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶାରିଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର କୋଭିଡ-୧୯ ସଙ୍କଟକୁ ମୁକାବିଲା କରିବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନର ବ୍ୟବସ୍ଥା ବିଫଳ ହୋଇଥିବାରୁ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାକୁ ସେନାକୁ ହସ୍ତାନ୍ତର କରିବାକୁ ରାଣେ ଦାବି କରିଛନ୍ତି।

ସେ କହିଛନ୍ତି, “ମହାରାଷ୍ଟ୍ର ସରକାର କୋଭିଡ-୧୯ ମହାମାରୀ ମୁକାବିଲା କରିବାରେ ବିଫଳ ହୋଇଛି ତେଣୁ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ଆବଶ୍ୟକ ହୋଇପଡିଛି। ମୁଁ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଜଣାଇଛି। କରୋନା ସଙ୍କଟ ମୁକାବିଲା କରିବାରେ ରାଜ୍ୟ ସରକାର ପ୍ରତିଦିନ ବିଫଳ ହେଉଛନ୍ତି।” ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରାଣେ କହିଛନ୍ତି ଯେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଡାକ୍ତରଖାନା ଅବସ୍ଥା ମଧ୍ୟ ଶୋଚନୀୟ। ତେଣୁ ସେ ସମସ୍ତ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ରାଷ୍ଟ୍ରାୟତ୍ତ ଡାକ୍ତରଖାନାର ପରିଚାଳନା ଦାୟିତ୍ୱ ସେନାକୁ ହସ୍ତାନ୍ତର କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି।

- Advertisement -

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ କୋଭିଡ-୧୯ରେ ୫୦ ହଜାର ୨୩୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ହଜାର ୬୦୦ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ରାଣେ ପ୍ରଶ୍ନ କରିଛନ୍ତି ଯେ ଯଦି ସରକାର କୋଭିଡ-୧୯ ମୁକାବିଲା କରିବାରେ ବିଫଳ ହେଉଛନ୍ତି ଓ ଲୋକଙ୍କ ଜୀବନ ରକ୍ଷା କରିପାରୁନାହାନ୍ତି, ତେବେ ଏଠାରେ ରାଷ୍ଟ୍ରପତି ଶାସନ କାହିଁକି ଲାଗୁ ହେବ ନାହିଁ?

Hot this week

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

Related Articles

Popular Categories