www.samajalive.in
Saturday, December 6, 2025
19.1 C
Bhubaneswar

ଗଦାଧରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ବହୁ ପୁରାତନ ଓ ନାମକରି ଗ୍ରାମ ଭାବେ ପରିଚିତ ୨୦ ନଂ ଜାତୀୟ ରାଜପଥ ସଂଲଗ୍ନ ଗଦାଧରପୁର ଗ୍ରାମରେ ସ୍ଥାପିତ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ହୋଇ ପାରିନଥିବାରୁ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନବକଳେବର ସତ୍ତ୍ୱେ ସେଠାକୁ ଗର୍ଭବତୀ ଓ ପ୍ରସୂତୀମାନଙ୍କ ଯାତାୟତ ତଥା ଟିକାକରଣ ପାଇଁ ପିଲାମାନଙ୍କୁ ନେବା ପାଇଁ ସ୍ଥାୟୀ ରାସ୍ତା ଖଣ୍ଡିଏ କରାଯାଇନାହିଁ । ଏହି ଉପକେନ୍ଦ୍ର ଉପରେ ଗଦାଧରପୁର, ବାଟହରିଚନ୍ଦନପୁର, ହଳଧରପୁର, ବାଣକାଣ୍ଡ ଓ ଧନୁର୍ଜୟପୁର ଗ୍ରାମବାସୀ ନିର୍ଭର କରିଥାନ୍ତି । ଏନେଇ ବ୍ଲକଠାରୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ରାସ୍ତା ନିର୍ମାଣ ପାଇଁ କେହି ଗୁରୁତ୍ୱ ଦେଇନାହାନ୍ତି । ରାସ୍ତା କର ନହେଲେ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ତାଲା ମାରିଦିଅ ବୋଲି ଲୋକମାନେ ମତ ଦେଉଥିବାରୁ ବ୍ଲକ ପ୍ରଶାସନ ସମସ୍ୟାର ସମାଧାନ ସହ ଗଦାଧରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ରାସ୍ତା ନିର୍ମାଣ କରିବାକୁ ପଦକ୍ଷେପ ନେବାକୁ ଦାବି ହୋଇଛି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories