www.samajalive.in
Saturday, December 6, 2025
26.1 C
Bhubaneswar

ଇଡ଼ି ନିର୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ୍‌ : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ଦୁଇ ଦୁଇଥର ବଢ଼ାଇଥିଲେ କେନ୍ଦ୍ର ସରକାର। ଏହାକୁ ସେସମୟରେ ବିରୋଧୀ ବି ବିରୋଧ କରିଥିଲେ। ବିରୋଧ ସତ୍ତ୍ବେ ବି ତାଙ୍କର କାର୍ଯ୍ୟକାଳକୁ ଦୁଇ ଥର ବଢ଼ାଯାଇଥିଲା। ତେବେ ଏହାକୁ ବେଆଇନ୍‌ ବୋଲି କହିଛନ୍ତି ସୁ୍ପ୍ରିମକୋର୍ଟ । ଏଥିସହ ଆସନ୍ତା ଜୁଲାଇ ୩୧ରେ ଅବସର ନେବାକୁ ସମୟସୀମା ଦେଇଛନ୍ତି । ଇଡିର ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କର ଆସନ୍ତା ନଭେମ୍ବରରେ କାର୍ଯ୍ୟକାଳ ସରିବାର ଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି । ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ସମର୍ଥନରେ ଯୁକ୍ତି ରଖିଥିଲେ । କିନ୍ତୁ କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଯୁକ୍ତିକୁ ଆଗ୍ରାହ୍ୟ କରିଦେଇଥିଲେ । ନଭେମ୍ବର ୨୦୧୮ରେ ସଞ୍ଜୟ ମିଶ୍ରାଙ୍କୁ ଇଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା । ୨୦୨୦ରେ ସେ ଅବସର ନେବା କଥା । କିନ୍ତୁ ପରେ ଦୁଇ ଦୁଇ ଥର ତାଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories