www.samajalive.in
Sunday, December 7, 2025
14.1 C
Bhubaneswar

ପିଇବା ପାଣି ପାଇଁ ନିମଘରା ବାସିନ୍ଦାଙ୍କ ଜିଲ୍ଲାପାଳଙ୍କୁ ଗୁହାରି

ପାଟଣା : ଘଟଗାଁ ବ୍ଲକ ରୁଟିଶିଳା ପଞ୍ଚାୟତ ନିମଘରା ସାହିବାସୀ ପାନୀୟ ଜଳ ସଂକଟର ସମ୍ମୁଖୀନ ହେଉଛନ୍ତି । ସାହିର ପ୍ରାଥମିକ ବିଦ୍ୟାଳୟରେ ଥିବା ସୋଲାର ଚାଳିତ ନଳକୂପରୁ ବିଦ୍ୟାଳୟ ଓ ଅଙ୍ଗନୱାଡିର ଛାତ୍ରଛାତ୍ରୀଙ୍କ ରୋଷେଇ ପାଇଁ ପାଣି ସଂଗ୍ରହ କରାଯାଉଥିବା ବେଳେ ସାହିବାସୀ ମଧ୍ୟ ଏହି ସୋଲାର ନଳକୂପରୁ ଭାଗକରି ପିଇବା ପାଣି ନେଉଛନ୍ତି । ସାହିରେ ଥିବା ୨ ଟି ନଳକୂପରୁ ନାଲିଆ ଦୁର୍ଗନ୍ଧ ପାଣି ବାହାରୁଥିଲେ ମଧ୍ୟ ଏହାର ମରାମତି କରାଯାଉନାହିଁ । ଯାହା ଫଳରେ ସାହିବାସୀ ପାନୀୟଜଳ ପାଇଁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏନେଇ ନିମଘର ସାହିର ଗାନ୍ଧାରୀ ଦଣ୍ଡସେନା ,ଶକୁନ୍ତଳା ଦଣ୍ଡସେନା ,ନିର୍ମଳ ନାଏକ,ସବିତା ଦଣ୍ଡସେନା ,ଛୁଟେଲାଲ ଦଣ୍ଡସେନା ,ଜନାର୍ଦ୍ଧନ ଦଣ୍ଡସେନା ପ୍ରମୁଖ ଅନ୍ୟମାନେ ଘଟଗାଁ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ସାହିର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଛନ୍ତି ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories