ଗୋପାଳପୁର: ମହାମାରୀର ସମସାମାୟିକ ପରିସ୍ଥିତି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନଠାରୁ ଦୂରରେ ରଖିଛି। ଅନଲାଇନ ପାଠ ପଢ଼ା ଚାଲିଥିବା ସମୟରେ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ କୌଣସି କାର୍ଯ୍ୟକ୍ରମ ସଂଗଠିତ ହୋଇପାରୁନାହିଁ। ଏସବୁ ଭିତରେ ପାରଳା ମହାରାଜା ବୈଷୟିକ ମହାବିଦ୍ୟାଳୟର ସକ୍ରିୟ କ୍ଲବ ଇମାଜିକ୍ସ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ “ଟକ୍ ସୋ”ର ଆୟୋଜନ କରାଯାଇଥିଲା। ଏଥିରେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଟେକନିକାଲ ଦିଗରେ ନିଜର ଭବିଷ୍ୟତ ଗଢ଼ିବା ଓ ନିଜର ଦକ୍ଷତା ବଢାଇବା ଆଦି ଦିଗରେ ବୁଝାଯାଇଥିଲା। କାର୍ଯ୍ୟକ୍ରମର ଏକ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ପ୍ରଶ୍ନ ରଖିବାର ସୁଯୋଗ ଦିଆଯାଇଥିଲା ଓ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଏହାର ଉତ୍ତର ରଖିଥିଲେ।
ତେବେ ଛାତ୍ରଛାତ୍ରୀମାନଙ୍କୁ ଏସବୁ ଦିଗରେ ବୁଝାଇବା ପାଇଁ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷ ସିଇଓ ବିଶ୍ୱଜିତ ସାହୁ,ସିଟିଓ ସମ୍ବିତ ପରିଡ଼ା ଓ ଡ଼ାଇରେକ୍ଟର ହର୍ଷବର୍ଦ୍ଧନ ଦିଦ୍ୱାନିଆ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷାନୁଷ୍ଠାନର ଅଧକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଇମାଜିକ୍ସ କ୍ଲବ ସଂଯୋଜକ ପ୍ରଫେସର ସାଗର ମୁର୍ମୁ ଓ ଅଧ୍ୟାପକ ସନ୍ଦୀପ ଭୋଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇଥିଲେ। ମହାବିଦ୍ୟାଳୟର ଆଲୁମିନି କମିଟି ତରଫରୁ ପୁରାତନ ଛାତ୍ର ପରମନ ପାଣି ଓ ଗୁରୁପ୍ରସାଦ ପଟ୍ଟନାୟକ ଏଥିରେ ଯୋଗ ଦେଇଥିଲେ। ସଂଗଠନ ପକ୍ଷରୁ ମୁଖ୍ୟ ସଦସ୍ୟ ଆର କେ ଶୁଭେନ୍ଦୁ, ସାଇକିସାନ ମହାପାତ୍ର, ଶୁଭମ ସିଂ, ଅନିକେତ ଦାନୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ। ଅନ୍ୟମାନଙ୍କ ମଧ୍ୟରେ ଅଭିପ୍ସା ମିଶ୍ର, ସାମତା ବୈଷ୍ଣବୀ ଦାସ, ପ୍ରଜ୍ଞା ପରାମିତା ହୋତା, ସୁଇଟି ସାମନ୍ତରାୟ, ଶୁଭଶ୍ରୀ ଦାସ, ରାଜେଶ କୁମାର ଦେହୁରୀ, କେ ବିଜୟ କୁମାର ରେଡ଼ି ଓ ରାହୁଲ ପ୍ରମୁଖ ଏହାର ପରିଚାଳନାରେ ସହଯୋଗ। ଏଭଳି ନିଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।



