ପାଟଣା: ଶୁକ୍ରବାର ରାତି ଢେଙ୍କିକୋଟ ବଜାର ଅଞ୍ଚଳ ସନ୍ନିକଟ ଟିକିରା ଶୈଳ ନାଏକଙ୍କ ଗାଡିଧୁଆ ସେବା କେନ୍ଦ୍ରରୁ ଏକ ୮ ଫୁଟିଆ ବିଷାକ୍ତ ରଣାସାପ ଉଦ୍ଧାର ହୋଇଛି। ସାପଟିକୁ ରାତିରେ ଦେଖିବା ପରେ ସର୍ପ ଧରାଳି ସେକ ନାଜୀର ଆନସାରୀଙ୍କୁ ଖବର ଦିଆଯାଇଥିଲା। ନାଜୀର ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ସାପଟିକୁ ଉଦ୍ଧାର କରିଥିଲେ। ଆଜି ସେ ସାପଟିକୁ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡିଛି।
Popular Categories



