www.samajalive.in
Sunday, December 7, 2025
26.1 C
Bhubaneswar

ଭଙ୍ଗା ପୋଲ ପାଇଁ ନାହିଁ ନଥିବା ସମସ୍ୟାରେ ବଣମହୁଲଡିହା ଗ୍ରାମବାସୀ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡ ବଣମହୁଲାଡ଼ିହା ରାସ୍ତାର ଦିଲକି ସାହି ନିକଟରେ ଭାଙ୍ଗିଯାଇଥିବା ପୋଲଟିକୁ ଦେଢ଼ ବର୍ଷ ହେଲା ବନବିଭାଗ ନିର୍ମାଣ କରୁନଥିବାରୁ ବଣମହୁଲଡିହା ଗ୍ରାମବାସୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପୋଲ ଭାଙ୍ଗିଥିବା କାରଣରୁ ଗ୍ରାମକୁ ରୋଗୀଯାନ ଠାରୁ ଆରମ୍ଭ କରି ସାଧାରଣ ଯାତ୍ରୀବାହୀ ଅଟୋ ଟିଏ ନେବା ମଧ୍ୟ ସମ୍ଭବପର ହେଉନାହିଁ। ଗତ ବର୍ଷ ଏହି ପୋଲଟିକୁ ନିର୍ମାଣ କରିବା ପାଇଁ ବନବିଭାଗ ପକ୍ଷରୁ ମେଣ୍ଟାଲ ଚିପ୍ସ ପକାଯାଇଥିଲା। ତେବେ ପୋଲ କାମ ନକରି ତତ୍କାଳୀନ ବନପାଳ ମେଣ୍ଟାଲ ଚିପ୍ସ ଉଠାଇ ଅନ୍ୟତ୍ର କୁଆଡେ ନେଇଯିବା ପରେ ପୋଲକାମ ହୋଇପାରିନାହିଁ।

ନିକଟରେ ଜଣେ ଗର୍ଭବତୀ ଙ୍କୁ ଆଣିବା ପାଇଁ ଗ୍ରାମକୁ ଯାଇଥିବା ଜନନୀ ରୋଗୀ ଯାନ ପୋଲ ନିକଟରେ ଅଟକି ରହିବା ପରେ ଗ୍ରାମରୁ ଦୁଇ କିଲୋମିଟର ଗର୍ଭବତୀଙ୍କୁ ରୋଗୀ ଯାନ ନିକଟକୁ ଚଳାଇ ଚଳାଇ ଅଣାଯିବା ଖବର ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା। ଦଲକି ସାହି ପୋଲଟିକୁ ମରାମତି ଅଥବା ପୁନଃ ନିର୍ମାଣ କରିବା ପାଇଁ ବନବିଭାଗ ଅଥବା ବ୍ଲକ ପ୍ରଶାସନ ପଦକ୍ଷେପ ନନେଲେ ପଞ୍ଚାୟତ କାର୍ଯ୍ୟଳୟ ଘେରାଉ କରିବେ ବୋଲି ଦଳକି ସାହିବାସୀ ଚେତାବନୀ ଦେଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories