ପାଟଣା : ବିହାରର ପୂର୍ଣ୍ଣିୟା ଜିଲାରେ ସୋମବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ପ୍ରାୟ ୧୬ ଜଣ ଶ୍ରମିକଙ୍କୁ ଜମ୍ମୁ-କାଶ୍ମୀର ନେଇଯାଉଥିବା ଟ୍ରକ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଉକ୍ତ ଟ୍ରକଟି ସିଲିଗୁଡୀରୁ ଜମ୍ମୁ-କାଶ୍ମୀର ଅଭିମୁଖେ ଯାଉଥିଲା। ପୂର୍ଣ୍ଣିୟାର ଜଲାଲଗଡରେ ଏହା ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।
ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଗୁରୁତର ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରକରେ ବୋରିଂର ଜିନିଷ ପତ୍ର ସହ ଲୁହାପାଇପ ମଧ୍ୟ ଥିଲା। ଫଳରେ ଏହା ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଫଳରେ ପାଇପ ତଳେ ଦବି ଯାଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଟ୍ରକଟି ଦ୍ରୁତ ଗତିରେ ଥିଲା। ଭୋର ସମୟରେ ଚାଳକର ଆଖି ଲାଗି ଯିବାରୁ ଫଳରେ ଏହା ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା। ସମସ୍ତ ଶ୍ରମିକ ରାଜସ୍ଥାନର ଉଦୟପୁରର ଖୋରୱାଡାର ବାସିନ୍ଦା ଥିଲେ ବୋଲି ଜଣାପଡିଛି।
ମର୍ମନ୍ତୁଦ ଦୁର୍ଘଟଣା ; ଜମ୍ମୁ ଯାଉଥିଲେ ୧୬ ଶ୍ରମିକ ,ଚାଲିଗଲା ୮ ଜଣଙ୍କ ଜୀବନ
Popular Categories



