www.samajalive.in
Sunday, December 7, 2025
14.1 C
Bhubaneswar

ରକ୍ତଦାନ କଲେ ଜିଲ୍ଲାପରିଷଦ ପ୍ରାର୍ଥିନୀ

ପାଟଣା: ଋକ୍ତଦାନ କଲେ ଜିଲ୍ଲାପରିଷଦ ପ୍ରାର୍ଥିନୀ । ପାଟଣା ବ୍ଲକ ୨୩ ନଂ ଜୋନର କଂଗ୍ରେସ ଦଳର ପ୍ରାର୍ଥୀନୀ ପଦ୍ମାବତୀ ମହାନ୍ତ ସକିଲ ରକ୍ତଦାନ କରିଛନ୍ତି । ସେଲରେ ପୀଡ଼ିତ ହୋଇଥିବା ୮ ବର୍ଷର ଶିଶୁ ହରେକୃଷ୍ଣ ମହାନ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ କରିଛନ୍ତି । ଆଜି ତାଙ୍କର ପିତା ଗଣେଶ୍ୱର ମହାନ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ।କିନ୍ତୁ ତାଙ୍କର ପିତା ଙ୍କର ଦେହାନ୍ତ ଘଟିଥିଲା । ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସିକଲ ସେଲରେ ପୀଡିତ ଶିଶୁଟିର ଜରୁରୀକାଳୀନ ରକ୍ତ ଆବଶ୍ୟକତା ଜାଣି ସେ ତୁରନ୍ତ ରକ୍ତ ଭଣ୍ଡାରକୁ ଯାଇରକ୍ତ ଦାନ କରିଥିଲେ । ନିଜ ପିତାଙ୍କର ଦେହାନ୍ତ ସତ୍ତ୍ୱେ ପଦ୍ମାବତୀ ମହାନ୍ତ ମହାନତା ଦେଖାଇ ଯେଉଁ ପ୍ରକାର ପୀଡ଼ିତ ଶିଶୁଟିକୁ ରକ୍ତ ଦାନ କରିଥିଲେ ସେଥିପାଇଁ ଶିଶୁଟିର ପରିବାର ସମେତ ସାଧାରଣ ରେ ମଧ୍ୟ ପ୍ରଶଂସା କରିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories