www.samajalive.in
Friday, December 12, 2025
19.1 C
Bhubaneswar

ଆମ ସମୟର ପଞ୍ଚାୟତ ନିର୍ବାଚନ, ସାଇକେଲରେ ବୁଲି ଥଲେ ଭଗବାନ ବେଜ

ପାଟଣା: ସାଇକେଲରେ ବୁଲି ବୁଲି ୧୯ ଖଣ୍ଡ ଗ୍ରାମରେ ନିଜ ପାଇଁ ପ୍ରଚାର କରିଥିଲେ। ସେଥିରେ ପୁଣି ବୈତରଣୀ ନଦୀ ପାର ହେବାକୁ ପଡ଼ିଥିଲା। ସାଙ୍ଗରେ ଥିଲେ ନାଚ ମାଷ୍ଟର ହୃଷୀକେଶ ସେଠୀ ପରାମର୍ଶଦାତା ଭାବେ। ଘରକୁ ଘର ଯାଇ ଲୋକଙ୍କୁ ଭେଟୁ ଥିଲି। କେହି ଆଠଣା ପଇସା ମାଗୁନଥିଲେ କି ଆମର ଦେବାର ମଧ୍ୟ କ୍ଷମତା ନଥିଲା। ଏବେ ଆମ ପଞ୍ଚାୟତ ଚାରି ଭାଗ ହେଲାଣି। ମୂଳ ଏରେଣ୍ଡେଇ ପଞ୍ଚାୟତ ଭାଗ ହେଇ ଏବେ ଅତିରିକ୍ତ ଭାବେ ମୂଷାଖୋରୀ, ସରାସକୋଲା, ମିରିଗିଖୋଜି ପଞ୍ଚାୟତ ହେଲାଣି ବୋଲି କହନ୍ତି ୮୦ ବର୍ଷ ବୟସ୍କ ଏରେଣ୍ଡେଇର ପୂର୍ବତନ ସରପଂଚ ଭଗବାନ ବେଜ।

ଜନ୍ମ ତାଙ୍କର ଏରେଣ୍ଡେଇ ଗ୍ରାମରେ ୧୯୪୨ ମସିହା ଫେବୃଆରୀ ୧୦ ତାରିଖ ରେ। ବାପା ଗୟାଧର ବେଜ ଙ୍କ ୪ ପୁଅ ଓ ୨ ଝିଅ ମଧ୍ୟରେ ଭଗବାନ ବେଜ ସେହି ସମୟରେ ପାଟଣାର ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ଯାଏଁ ପାଠ ପଢିବା ପରେ ଗାଁ ପ୍ରାଥମିକ ବିଦ୍ୟାଳୟ ରେ ୧୯୬୬ ମସିହା ଯାଏଁ ୪ ବର୍ଷ ପାଇଁ ଶିକ୍ଷକତା କରିଥିଲେ। ପୂର୍ବତନ ପାଟଣା ବିଧାୟକ ସ୍ବର୍ଗତ ମହେଶ୍ୱର ମାଝୀ ବିଧାୟକ ଥିବା ସମୟରେ ସେ ଚାକିରୀ ଛାଡ଼ି ୧୯୬୭ ଜୁଲାଇ ୭ ରେ ପ୍ରଥମ ଥର ପାଇଁ ସରପଞ୍ଚ ହୋଇଥିଲେ। କ୍ରମାଗତ ଭାବେ ୧୯୮୯ ମସିହା ଯାଏଁ ସରପଞ୍ଚ ଥିଲେ। ସେତେବେଳେ ପୋଷ୍ଟର ନଥିଲା କି ବ୍ୟାନର ନଥିଲା।

- Advertisement -

ପ୍ରଥମ ଥର ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ଭରତ ମହାନ୍ତଙ୍କୁ ୨୫୦ ଖଣ୍ଡ ଭୋଟରେ ହରାଇଥିଲେ। ୫ ଥର ସରପଞ୍ଚ ହୋଇଥିବା ଭଗବାନ ବ୍ଲକରେ ଅଧ୍ୟକ୍ଷ ପଦ ବିବାଦ ସମୟରେ ୧୯୮୪ରେ ସ୍ୱଳ୍ପ ଅବଧି ପାଇଁ ବ୍ଲକ ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ। ସେ ସମୟରେ ପଞ୍ଚାୟତକୁ ସେସ ଏବଂ କେନ୍ଦୁପତ୍ର ଅନୁଦାନ ବାବଦକୁ ମାତ୍ର ୩ ହଜାର ଟଙ୍କାରୁ ୫ ହଜାର ଟଙ୍କା ମିଳୁଥିଲା। ସେ ସମୟରେ ସରପଞ୍ଚକୁ ନ୍ୟାୟର ଅବତାର ବୋଲି ଲୋକମାନେ ମାନୁଥିଲେ। ହେଲେ ଆଜିର ବ୍ୟୟ ବହୁଳ ନିର୍ବାଚନ ଓ ତାଙ୍କ ସମୟର ପଞ୍ଚାୟତ ନିର୍ବାଚନରେ ଆକାଶ ପାତାଳ ଫରକ ବୋଲି କୁହନ୍ତି ଶ୍ରୀ ବେଜ। ସଂପ୍ରତି ଶ୍ରୀ ବେଜ ଏବେ ତାଙ୍କ ଏରେଣ୍ଡେଇ ବାସଭବନରେ ପତ୍ନୀ ସୁଭଦ୍ରାଙ୍କ ସହ ସପରିବାର ସାଧାରଣ ଜୀବନଯାପନ ନିର୍ବାହ କରିବା ସହ ସାଧ୍ୟ ମତେ ସାମାଜିକ ସେବାରେ ସଂପୃକ୍ତ ଥିବା ଦେଖାଯାଉଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories