ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପଇଦାପାଟଣା ଗ୍ରାମର ଗୌରାଙ୍ଗ ମହାନ୍ତଙ୍କ ଝିଅ ତିଳୋତ୍ତମା ମହାନ୍ତ (୨୮) ଶନିବାର ମଧ୍ୟାହ୍ନରେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଘରୁ ଗାଧୋଇବାକୁ ଯାଇ ଫେରିବାରେ ବିଳମ୍ବ ହେବାରୁ ଖୋଜାଖୋଜି ସମୟରେ ପୋଖରୀରେ ତାଙ୍କ ଶବ ଭାସୁଥିବା ଦେଖାଯାଇଥିଲା। ଏନେଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନଙ୍କୁ ଜଣାଇବା ପରେ ଶ୍ରୀ ପ୍ରଧାନ ଘଟଣାସ୍ଥଳକୁ ଯାଇ ତିଳୋତ୍ତମାଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।
Popular Categories



