www.samajalive.in
Saturday, December 6, 2025
26.1 C
Bhubaneswar

ଫିଲ୍ମ ଷ୍ଟାଇଲରେ ଛେଳି ଚୋରଙ୍କୁ କାବୁ କଲେ ଯୁବତୀ

ପାଟଣା: ଦୁଇ ଜଣ ଛେଳି ଚୋର ଗୋଟିଏ ୨୦ କେଜିଆ ଖାସିକୁ ଚରୁଥିବା ସ୍ଥାନରୁ ଉଠାଇ ନେଇ ବାଇକ ଯୋଗେ ଫେରାର ହୋଇ ଯାଉଥିବା ସମୟରେ ସେହି ଗ୍ରାମର ଜଣେ ସାହସୀ ଯୁବତୀ ଗୋଦାବରୀ ନାୟକ(୨୦)ନିଜେ ସ୍କୁଟିରେ ଛେଳି ଚୋରଙ୍କ ବାଇକକୁ ଗୋଡାଇ ଅଟକାଇବା ସହ ଦୁଇ ଛେଳି ଚୋରଙ୍କୁ ମାଡି ବସିବା ଘଟଣା ଏଠାରେ ଚର୍ଚ୍ଚାର ପ୍ରସଙ୍ଗ ଦେଇଛି। ଘଟଣାଟି ଘଟିଛି ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଗଣ୍ଡଶିଳା ଗ୍ରାମରେ। ଆଜି ଅପରାହ୍ନରେ ଏହି ଘଟଣା ଘଟିବା ପରେ ଗଣ୍ଡଶିଳା ଗ୍ରାମର ରିଇଦାସ ମୁଣ୍ଡାଙ୍କ ଖାସିକୁ ଚୋରାଇ ନେଉଥିବା ଦୁଇ ଯୁବକ ଜଣକ ପୁରୁମୁଣ୍ଡା ଗ୍ରାମର ମଙ୍ଗଳ ନାଏକ ଓ ଗୋଳାବନ୍ଧ ଗ୍ରାମର ମଣ୍ଟୁ ନାଏକ ବୋଲି ଜଣାପଡ଼ିଛି। ଦୁଇ ଖାସି ଚୋରଙ୍କୁ ଘଟଗାଁ ଥାନାକୁ ନିଆଯାଇଛି। ତେବେ ଛେଳି ଚୋରଙ୍କୁ କାବୁ କରିଥିବା ଯୁବତୀ ଗୋଦାବରୀଙ୍କ ସାହାସକୁ ଗ୍ରାମ ବାସୀଙ୍କ ସାବାସୀ ବେସ ଚର୍ଚ୍ଚାର ବିଷୟ ହୋଇଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories