www.samajalive.in
Saturday, December 6, 2025
19.1 C
Bhubaneswar

ସ୍ୱାମପାଟଣା ଆଂଚଳିକ ମହାବିଦ୍ୟାଳୟର ୩୯ତମ ପ୍ରତିଷ୍ଠା ଦିବସ

ପାଟଣା: ସ୍ୱାମ ପାଟଣା ଆଂଚଳିକ ମହାବିଦ୍ୟାଳୟ ୩୯ ତମ ପ୍ରତିଷ୍ଠା ଦିବସ ଭାରପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ କୁାମର ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ ଯୋଗ ଦେଇ ପ୍ରତିଷ୍ଠା ଦିବସର ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧ୍ୟାପକ ସୈଳେନ୍ଦ୍ର ଡାକୁଆ, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଦାଶ, ଅଧ୍ୟାପକ ଅଶ୍ୱିନୀ କୁାମର ସାହୁ, ଅଧ୍ୟାପକ ଯୋଗେଶ୍ୱର ପତି, ଅଧ୍ୟାପକ ଜଗନ୍ନାଥ ମହାନ୍ତ, ଅଧ୍ୟାପିକା ସୁସ୍ନାତା ଶୋଭାଲିନ ମହାପାତ୍ର, ଅଧ୍ୟାପିକା ଶୁଚିସ୍ମିତା ଦାଶ, ଅଧ୍ୟାପିକା ଦିକ୍ଷା ରାଉତ, ଅଧ୍ୟାପକ ରତ୍ନାକର ମହାକୁଡ ପ୍ରମୁଖ ଅନ୍ୟ ଅଧ୍ୟାପକ, କର୍ମଚାରୀ ଓ କିଛି ଛାତ୍ରଛାତ୍ରୀ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ ଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories