www.samajalive.in
Saturday, December 6, 2025
23.1 C
Bhubaneswar

ଖୁଣ୍ଟାପଡା ଗ୍ରାମର ୧୨ଜଣ ବୃଦ୍ଧା ଓ ବିଧବାଙ୍କୁ ଭତ୍ତା ମିଳୁନାହିଁ

ପାଟଣା : ସରକାରଙ୍କ ଭତ୍ତା ଯୋଜନାରେ ଆଜି ବି ଭତ୍ତାରୁ ୧୨ଜଣ ବୃଦ୍ଧା ଓ ବିଧବା ଭତ୍ତା ବଞ୍ଚିତ ହୋଇଛନ୍ତି। କେନ୍ଦୁଝରଜିଲ୍ଲା ପାଟଣାବ୍ଲକ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମରେ ସରକାରୀ ଭତ୍ତା ଯୋଜନା ବୃଦ୍ଧା ଓ ବିଧବା ଭତ୍ତା ରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏମାନେ ପଞ୍ଚାୟତ ରୁ ଆରମ୍ଭ କରି ବ୍ଲକ ଯାଏ ଦୌଡ଼ି ଦୌଡ଼ି ନାକେ ଦମ ହୋଇ ଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଭତ୍ତା ମିଳିବା ଏମାନଙ୍କ ପାଇଁ ସ୍ବପ୍ନ ହୋଇଛି। ତଥାପି ଏମାନେ ଭତ୍ତା ପାଇବା ଆଶା ନେଇ ଭରଷା ରଖିଛନ୍ତି । ଖୁଣ୍ଟାପଡା ଗ୍ରାମ ରୁ ବିଧବା ଭତ୍ତା ପାଇଁ ୪ଜଣ ମହିଳା ପ୍ରମିଳା ମହାନ୍ତ,ଖଳିକା ମହାନ୍ତ,ଗହମି ମହାନ୍ତ,ସବିତା ମହାନ୍ତ ଙ୍କ ସହ ବାର୍ଦ୍ଧକ୍ୟ ଭତ୍ତା ପାଇଁ ୭ଜଣ ଅନାମ ଚରଣ ମହାନ୍ତ, ଟୁନି ମହାନ୍ତ, ପ୍ରମିଳା ଗରଡ଼ିଆ,ରଞ୍ଜୁଲତା ମହାନ୍ତ,ଲୁଚୋନ ମହାନ୍ତ, ନବୀନ ଚରଣ ମହାନ୍ତ,ତୁଳମଣି ମହାନ୍ତ ମିଶାଇ ମୋଟ ୧୨ଜଣ ଭତ୍ତା ଯୋଜନା ରୁ ବଞ୍ଚିତ ଥିବା ବେଳେ ସରକାରୀ ଯୋଜନା ଏଠାରେ ବାଟମାରଣା ହେଉଥିବା ଏମାନେ ଅଭିଯୋଗ କରିଛନ୍ତି। ଏହି ସବୁ ବୃଦ୍ଧ ଓ ବିଧବା ମାନେ ଭତ୍ତା ପାଇବା ପାଇଁ ଯୋଗ୍ୟ ହୋଇଥିବା ବେଳେ ଆଜି ପର୍ୟ୍ୟନ୍ତ କାହିଁକି ସେମାନଙ୍କୁ ଭତ୍ତା ମିଳିନାହିଁ ତାହାର ସଠିକ କାରଣ ଜଣାପଡ଼ିନାହିଁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories