www.samajalive.in
Saturday, December 6, 2025
19.1 C
Bhubaneswar

କେନ୍ଦୁଝର ସାହାରପଡାବ୍ଲକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ପାଟଣା  : କେନ୍ଦୁଝର ଜିଲ୍ଲା ସାହାରପଡାବ୍ଲକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ ହେଲା ଏହି ବ୍ଲକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇନଥିଲା। ବିଜେପି ବ୍ଲକ ଅଧ୍ୟକ୍ଷା ଥିବା ରମ୍ଭାବତୀ ଦେହୁରୀ ନିକଟରେ ବିଜୁ ଜନତା ଦଳ ରେ ଯୋଗ ଦେବା ପରେ ସାହାରପଡ଼ା ବ୍ଲକ ଇତିହାସରେ ପ୍ରଥମ ଥର ପାଇଁ ବିଜେଡ଼ି ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ପାଟଣା ବିଧ୍ୟାୟକ ଜଗନ୍ନାଥ ନାଏକ ବୈଠକରେ ଯୋଗ ଦେଇଥିଲେ । ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ, ବ୍ଲକ ଉପାଧ୍ୟକ୍ଷା କିରଣବାଳା ସିଂହ, ତହସିଲଦାର ବାବାଜୀ ଚରଣ ସିଂହ,ଏପିଓ ଦୀପକ କୁମାର ବେହେରାଙ୍କ ସହ ସାହାରପଡା ବ୍ଲକ ଅଞ୍ଚଳର ସରପଞ୍ଚ ,ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ଉପସ୍ଥିତିରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ,ଲୋକ ମାନଙ୍କ ମୌଳିକ ସୁବିଧା କୁ ନେଇ ସମୀକ୍ଷା ଆଲୋଚନା କରାଯାଇ ଥିଲା। କୃଷି ବିଭାଗ ର କ୍ଷେତ୍ରରେ ଲୋକ ଙ୍କୁ ଚାଷ ସମୟ ରେ ଲ୍ୟାମ୍ପସ୍ ରେ ସାର ମିଳୁନଥିବା ଏବଂ ଜଳ ବିଭାଜିକା ଅଧିକାରୀଙ୍କର ପଞ୍ଚାୟତ ସମିତି ବୈଠକରେ ଅନୁପସ୍ଥିତ କୁ ନେଇ ଅସନ୍ତୋଷ ଦେଖା ଯାଉଥିଲା। କାର୍ୟ୍ୟକ୍ରମରେ ବ୍ଲକ ର ସହକାରୀ ଯନ୍ତ୍ରୀ ,କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବିଭାଗୀୟ ସୂଚନା ଦେଇଥିଲେ। ସନ୍ଧ୍ୟା ଯାଏ ଚାଲିଥିବା ଏହି ବୈଠକର ଶେଷ ବେଳକୁ ଏଠାରେ ଉପସ୍ଥିତ ଥିବା ବ୍ଲକ ଉପାଧ୍ୟକ୍ଷା କିରଣ ବାଳା ସିଂହ ହଠାତ୍ ମୂର୍ଚ୍ଛା ଯିବାରୁ ତାଙ୍କୁ ତୁରନ୍ତ କରଞ୍ଜିଆ ଚିକିତ୍ସାଳୟ ନିଆଯାଇଛି। ବିଧାୟକ ବ୍ଲକ ଉପାଧ୍ୟକ୍ଷାଙ୍କ ଚିକିତ୍ସା ଦାୟିତ୍ୱ ନେଇଥିବା ଜଣାପଡିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories