www.samajalive.in
Friday, December 5, 2025
26.1 C
Bhubaneswar

ଦୁଇ ମାସରୁ ଅଧିକ ହେବ ରାସ୍ତା ଉପରେ ଆଣ୍ଠୁଏ ପାଣି

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ବଡ଼ବିଲ ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଉପର ସାହି ୨୨୦ ନମ୍ବର ଜାତୀୟ ରାଜପଥରୁ ଗ୍ରାମ ଭିତରକୁ ଯାଇଥିବା ରାସ୍ତାର କିଛି ଅଂଶରେ ଆଜକୁ ୨ ମାସରୁ ଅଧିକ ହେବ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। କାଦୁଅ ପଚ ପଚ ହୋଇ ରାସ୍ତାଟି ଖସରା ହୋଇ ଯାଇଛି। ପ୍ରତିଦିନ କିଛି କିଛି ଲୋକ ରାସ୍ତାରେ ପଡି ଖଣ୍ଡିଆ ହେଉଛନ୍ତି। ପାଣି ଜମି ଏଠାରେ ପ୍ରବଳ ମଶା ଯୋଗୁ ଦିନରେ ମଧ୍ୟ କେହି ବିନା ମଶାରୀରେ ଘରେ ବସି ପାରୁନାହାନ୍ତି। ରାସ୍ତାଟି ପକ୍କା ହୋଇଥିଲେ ମଧ୍ୟ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଇ ନଥିବାରୁ ଏପରି ପରିସ୍ଥିତି ହୋଇଛି। ଗ୍ରାମ ଭିତରକୁ ଯାଇ ହେଉ ନାହିଁ। ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories