www.samajalive.in
Friday, December 5, 2025
27.1 C
Bhubaneswar

୧୪ ବର୍ଷ ହେଲା ଛାତ୍ରୀ ନିବାସ ଖତ ଖାଉଛି

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟର ରିଜଓନାଲ ସତ୍ୟନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତ ୨୦୧୪ ମସିହାରେ ଆଇଟିଡିଏ ଦ୍ଵାରା ନିର୍ମିତ ୧ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦଘାଟିତ ହୋଇଥିଲା। ଇତି ମଧ୍ୟରେ ଉଦଘାଟନକୁ ୧୦ ବର୍ଷ ପୁରି ଗଲାଣି। ଛାତ୍ରୀ ନିବାସର ଦୋହରା ରଙ୍ଗ କାମ ବିଦ୍ୟୁତ୍ ମରାମତି କାର୍ଯ୍ୟ ମଧ୍ୟ ସରିଲାଣି କିନ୍ତୁ ଛାତ୍ରୀ ନିବାସଟି ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ସରକାରୀ ନିୟମ ଅନୁଯାୟୀ ଆଦିବାସୀ ଓ ଅନୁସୂଚିତ ଜାତିର ୧ ଶହ ଛାତ୍ରୀ ନହେଲେ ଏହା ଚଳାଇ ହେବ ନାହିଁ । ଏ ଦୃଷ୍ଟିରୁ ଚିନ୍ତା କଲେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ସଂଖ୍ୟକ ଏହି ବର୍ଗର ଛାତ୍ରୀ ନଥିବାରୁ ଛାତ୍ରୀ ନିବାସ ଆଉ ଚାଲି ପାରିବନାହିଁ। ତାହା ସ୍ପଷ୍ଟ ହୋଇଗଲାଣି। ଏଠାରେ କେବଳ +୨ କଳା ଥିବାରୁ ଏହାହିଁ ଛାତ୍ରୀଙ୍କ ସଂଖ୍ୟା ନବଢିବାର କାରଣ ହୋଇଛି। ଏଠାରେ କେବେ +୨ ‍ବିଜ୍ଞାନ ଅଥବା ବାଣିଜ୍ୟ ଖୋଲିବ ତାହାର ଆଶା ମଧ୍ୟ ନିକଟ ଭବିଷ୍ୟତରେ ନାହିଁ ଜାଣି ଏଠାରେ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ବେକାର ଯୁବକଯୁବତୀମାନଙ୍କୁ ଦକ୍ଷତା ବୃଦ୍ଧି ତାଲିକା ଦେବାକୁ ଅନୁଧ୍ୟାନ କରାଯାଇଥିଲା। ତାହା ମଧ୍ୟ କାର୍ଯ୍ୟକାରୀ ହେଉ ନଥିବାରୁ ଏହି ଛାତ୍ରୀ ନିବାସ ଗୃହର ସଦ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନ ବିକଳ୍ପ ଚିନ୍ତା କରିବାକୁ ଦାବି ହେଉଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories