www.samajalive.in
Sunday, December 7, 2025
18.1 C
Bhubaneswar

ଦୁର୍ଦ୍ଦିନରେ କାଶିବେଡ଼ା ପ୍ରାଥମିକ ବିଦ୍ୟାଳୟ; ଶହେରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷକ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ଖଣ୍ଟଘର ପଞ୍ଚାୟତ କାଶିବେଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଏବେ ଦୁର୍ଦ୍ଦିନରେ ଗତି କରୁଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଏଠାରେ ମୋଟ ୧୦୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଏଠାରେ ଜଣେ ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷୟିତ୍ରୀ ଅଛନ୍ତି। ଏଠାରେ ପ୍ରଥମ ଶ୍ରେଣୀରେ ୧୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୯ ଜଣ, ତୃତୀୟ ଶ୍ରେଣୀରେ ୨୪ ଜଣ, ଚତୁର୍ଥ ଶ୍ରେଣୀରେ ୧୪ ଜଣ ଏବଂ ପଞ୍ଚମ ଶ୍ରେଣୀରେ ୧୭ ଜଣ ଛାତ୍ରଛାତ୍ରୀ ରହିଛି। ଏହି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଏଠାରେ ବିନା ଶିକ୍ଷକରେ କେମିତି ସମ୍ଭବ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ବିଦ୍ୟାଳୟର ଛାତ ମଧ୍ୟ ଦୁର୍ବଳ ହୋଇପଡ଼ିଲାଣି। ବର୍ଷା ଦିନେ ଛାତରୁ ପାଣି ଗଳୁଛି। ୨ ଜଣ ଶିକ୍ଷକ ଥିବାରୁ ଜଣେ କେହି ଛୁଟିରେ ଗଲେ ଆଉ ଜଣେ ବିଦ୍ୟାଳୟ ଜଗିବା ସାର ହେଉଛି। ପୁରାତନ ଏହି ପ୍ରାଥମିକ ବିଦ୍ୟାଳୟରେ ଶହେରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଅନ୍ତତଃ ପକ୍ଷେ ଏଠାରେ ୩ଜଣ ଶିକ୍ଷକ ଦେବାକୁ ଗ୍ରାମବାସୀ ମତ ରଖିଛନ୍ତି।

ଏପଟେ ବ୍ଲକର ପାରାଭାଡ଼ି ସାହି ପ୍ରାଥମିକ ବିଦ୍ୟାଳୟରେ ମାତ୍ର ୮ଜଣ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ ଥିବାବେଳେ ଖଣ୍ଟଘର ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀର ମୋଟ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବାରୁ କାଶିବେଡା ପ୍ରାଥମିକ ବିଦ୍ୟାଳୟ ପ୍ରତି ଗଣଶିକ୍ଷା ବିଭାଗର ପାତର ଅନ୍ତର ନୀତି ଗ୍ରହଣୀୟ ନୁହେଁ ବୋଲି ଅଭିଭାବକମାନେ ଅଭିଯୋଗ କରିବା ସହ ଯଥାଶୀଘ୍ର କାଶିବେଡା ପ୍ରାଥମିକ ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଦାବି ଜଣାଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories