ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମରସୁଆଁ ପଞ୍ଚାୟତ ଡେଣୁଆ ଗ୍ରାମରରେ ଶୁକ୍ରବାର ସନ୍ଧ୍ୟାରେ ଏକ ଟ୍ରାକ୍ଟରରୁ ଖସି ଜଣେ ନାବାଳକ ଶ୍ରମିକର ମୃତ୍ୟୁ ଘଟିଛି। ମୃତକ ଜଣକ ଡେଣୁଆ ଗ୍ରାମର ଶଶିଧର ମୁଣ୍ଡାଙ୍କ ନବମ ଶ୍ରେଣୀରେ ପଢୁଥିବା ପୁଅ ଭୀମସେନ ମୁଣ୍ଡା ବୋଲି ଜଣାପଡିଛି। କାମ ସାରି ଟ୍ରାକ୍ଟର ଡାଲାରେ ବସି ଶ୍ରମିକମାନେ ଘରକୁ ଫେରୁଥିବା ସମୟରେ ଭୀମସେନ ଅସାବଧାନତା ଯୋଗୁଁ ଖସିପଡିବା ପରେ ଟ୍ରାକ୍ଟରଟି ତାହା ଉପରେ ଚଢିଯାଇଥିଲା। ଖବର ପାଇ ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର କୁମାର ଶିଅଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଭୀମସେନର ମୃତ୍ୟୁକୁ ନେଇ ଗ୍ରାମର ଉତ୍ତେଜନା ପ୍ରକାଶ ପାଇଛି।
Popular Categories



