ସ୍ୱାଧୀନତା ସଂଗ୍ରାମର ପ୍ରତୀକ ହୋଇ ରହିବ ପୁରୁଣା ସଂସଦ ଭବନ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତର ପ୍ରତିଷ୍ଠା ସାରା ବିଶ୍ୱରେ ଉଚ୍ଚ ହୋଇ ପାରିଛି। ପୁରୁଣା ସଂସଦ ଭବନ ଛାଡିବା ଅନୁଭବ ହୋଇ ରହିବ। ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସୋମବାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌‌ବୋଧନ ଦେବା ବେଳେ କହିଛନ୍ତି।
ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସମ୍ବୋଧନରେ କହିଛନ୍ତି, ସ୍ୱାଧୀନତା ସଂଗ୍ରାମର ପ୍ରତୀକ ହୋଇ ରହିବ ପୁରୁଣା ସଂସଦ ଭବନ। ନୂଆ ସଂସଦ ଭବନକୁ ଗଲେ ମଧ୍ୟ ଏହା ଆମକୁ ପେରଣା ଆଣିଦେବ। ଦେଶର ବିକାଶରେ କୌଣସି ବିଘ୍ନ ଆସିବ ନାହିଁ। ଦେଶର ୭୫ ବର୍ଷର ସଂସଦୀୟ ଇତିହାସର ଯାତ୍ରା ଉପରେ ଆଲୋଚନା କରାଯିବ। କାଲି ଠାରୁ ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ହେବା ଆଜି ଆମେ ପୁରୁଣା ସଂସଦ ଭବନକୁ ବିଦାୟ ଦେବା। ପୁରୁଣା ସଂସଦ ଭବନ ବିଦେଶୀ ଶାସକଙ୍କ ଦ୍ୱାରା ନିର୍ମିତ ହୋଇଛି। ଦେଶର ଟଙ୍କା, ଶ୍ରମରେ ବିଦେଶୀ ଏହାକୁ ନିର୍ମାଣ କରିଥିଲେ। ଜି-୨୦ର ସଫଳତା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଜି-୨୦ର ସଫଳତା ୧୪୦ କୋଟି ଭାରତୀୟଙ୍କର। ଏହା ଭାରତର ସଫଳତା, କୌଣସି ବ୍ୟକ୍ତି କି ଦଳର ନୁହେଁ ବୋଲି ଶ୍ରୀ ମୋଦୀ କହିଛନ୍ତି।
ସଂସଦର ସ୍ୱତନ୍ତ୍ର ଅଧିବେଶନ ଆଜି ଆରମ୍ଭ ହୋଇଛି। ୫ ଦିନ ଧରି ଅଧିବେଶନ ଚାଲିବା ଆସନ୍ତାକାଲି ଗଣେଶ ପୂଜାରେ ନୂଆ ସଂସଦ ଭବନକୁ ସ୍ଥାନାନ୍ତର ହେବ। ଆରମ୍ଭରୁ ଜି-୨୦ ସଫଳ ଆୟୋଜନ ନେଇ କହିଲେ ବାଚସ୍ପତିା ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜନ ସଫଳ ହୋଇ ପାରିଛିା ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ ଦେଇଛନ୍ତି।
ସୂଚନା ଯୋଗ୍ୟ, ୫ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ନେଇ ଅନେକ ଆଶା ଆଶଙ୍କା ଲାଗି ରହିଛି। ସଂସଦର ଏହି ସ୍ବତନ୍ତ୍ର ଅଧିବେଶନ ସଂସଦର ପୁରୁଣା ଭବନରେ ଆରମ୍ଭ ହୋଇଛି ମାତ୍ର ସେପ୍ଟେମ୍ବର ୧୯ (ମଙ୍ଗଳବାର) ଠାରୁ ଏହା ସଂସଦର ନୂଆ ଭବନରେ ଚାଲିବ। ଏହି ଅଧବେଶନ କାଳରେ ୪ଟି ବିଧେୟକ ଆଗତ କରାଯିବା ଲାଗି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିରୋଧୀ ଦଳ ଅଭିଯୋଗ କରିଛି ଯେ ସରକାର ଏହି ଅଧିବେଶନ ଲାଗି ଏଜେଣ୍ଡା ଘୋଷଣା ନ କରି ଏହାକୁ ଗୋପନ ରଖିଛନ୍ତି। ଅନ୍ୟପଟେ ସଂସଦର ସ୍ବତନ୍ତ୍ର ଅଧିବେଶନ ନିମନ୍ତେ ସରକାରଙ୍କ ପକ୍ଷରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକରେ ମନ୍ତ୍ରୀ ରାଜନାଥ ସିଂହ, ପୀୟୂଷ ଗୋୟଲ ପ୍ରମୁଖ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ଜେଡିଏସର ଏଚଡି ଦେବେଗୌଡା, ଡିଏମ୍‌କେର କାନିମୋଝି, ଟିଡିପିର ରାମମୋହନ ନାଇଡୁ, ଟିଏମସିର ​‌େ​‌ଡରେକ ଓବ୍ରାଏନ୍‌, ଆପ୍‌ର ସଞ୍ଜୟ ସିଂହ, ବିଜେଡିର ସସ୍ମିତ ପାତ୍ର, ବିଆରଏସ୍‌ର କେ କେଶବ ରାଓ, ୱାଇଏସଆର କଂଗ୍ରେସର ବିଜୟସାଇ ରେଡି, ଆରଜେଡିର ମନୋଜ ଝା, ଜେଡିୟୁର ଅନିଲ ହେଗଡେ ଓ ଏସପିର ରାମ ଗୋପାଳ ଯାଦବ ପ୍ରମୁଖ ଯୋଗ ଦେଇଥିଲେ।
ସଂସଦର ସ୍ବତନ୍ତ୍ର ଅଧିବେଶନ କାଳରେ ସେପ୍ଟେମ୍ବର ୧୯ ତାରିଖ ସକାଳ ୯ଟା ୩୦ ମିନିଟ୍‌ରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କର ଗ୍ରୁପ୍‌ ଫଟୋ ଉଠାଯିବ। ଏଥିପାଇଁ ସମସ୍ତ ସଦସ୍ୟଙ୍କୁ ସୂଚନା ପ୍ରଦାନ କରାଯିବା ସହିତ ଉପସ୍ଥିତ ନିମନ୍ତେ କୁହାଯାଇଛି। ନୂଆ ସଂସଦ ଭବନରେ ପ୍ରବେଶ ନିମନ୍ତେ ସମସ୍ତ ସଦସ୍ୟଙ୍କୁ ନୂଆ ପରିଚୟପତ୍ର ପ୍ରଦାନ କରାଯାଇଛି। ନୂଆ ସଂସଦ ଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ ରବିବାର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆ ସଂସଦ ଭବନର ଗଜ ଦ୍ବାର ଉପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

Comments are closed.