ରାନୁ ମଣ୍ଡଳଙ୍କ ନକଲ କରିବା ଘଟଣା, ମୁହଁ ଖୋଲିଲେ ପପୁ
ଭୁବନେଶ୍ବର : ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେସନରେ ଗୀତ ଗାଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇ ପରେ ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ ରେସ୍ମିଆଙ୍କ ଆଗାମୀ ଚଳଚ୍ଚିତ୍ରରେ ଗୀତ ଗାଇ ବେଶ୍ ପରିଚିତ ହୋଇଛନ୍ତି ରାନୁ ମଣ୍ଡଳ। ତାଙ୍କ ଗୀତର ନକଲ କରି ଓଡିଆ ହାସ୍ୟ ହାସ୍ୟାଭିନେତା ତତ୍ବପ୍ରକାଶ ଶତପଥୀ ଓରଫ୍ ପପୁ ପମ୍ପମ୍ ଫସିଥିଲେ। ଏହି ଭିଡିଓକୁ ଦେଖି ଲୋକେ ପପୁଙ୍କୁ ତୀବ୍ର ନିନ୍ଦା କରିଥିଲେ। ଏନେଇ ପପୁ ମୁଁହ ଖୋଲିଛନ୍ତି। ସେ କହିଛନ୍ତି, , ‘ମୁଁ ମଧ୍ୟ ରାନୁ ମଣ୍ଡଳଙ୍କୁ ପ୍ରଶଂସା ଓ ସମ୍ମାନ କରେ । ରାନୁଙ୍କ ନକଲ କରି ଅଭିନୟ କରିବା ମୁଁ ତାଙ୍କୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ କରିନାହିଁ। ଏମିତି ଅନେକ ଲୋକ ତାଙ୍କର ନକଲ କରିଛନ୍ତି। ଟିକଟକ୍ରେ ଏମିତି ଅନେକ ଭିଡିଓ ପୋଷ୍ଟ ଓ ସେୟାର ବି ହୋଇଛି। ମୁଁ ରାନୁଙ୍କୁ ଏକା ନକଲ କରି ନାହିଁ।
ପ୍ରକାଶଯୋଗ୍ୟ, ଶୁକ୍ରବାର ବଲିଉଡ୍ର ଜଣାଶୁଣା ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ ରେଶମିଆଁ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ହାପି ହାର୍ଡି ହିର୍’ର ତେରି ମେରି କାହାଣୀ ଗୀତରେ ରାନୁଙ୍କୁ କଣ୍ଠଦାନ କରିବାର ସୁଯୋଗ ଦେଇଥିଲେ। ଆଉ ତାଙ୍କ ଗୀତ ରେକର୍ଡିଂ ବେଳର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଛି। ପପୁ ତାଙ୍କର ସେହି ଭିଡିଓକୁ ନକଲ କରିଛନ୍ତି। ଯେଉଁ ଭଳିଭାବେ ରାନୁ ମଣ୍ଡଳ ଗୀତ ଗାଉଥିଲେ ଏବଂ ତାଙ୍କ ପାଖରେ ହିମେଶ ରେଶମିୟା ଛିଡା ହୋଇ ତାଙ୍କୁ ଉତ୍ସାହିତ କରୁଥିଲେ । ଠିକ୍ ସେହିପରି ପପୁ ଏକ ଶାଢି ପିନ୍ଧି ରାନୁ ମଣ୍ଡଳ ସାଜିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି ହିମେଶ ରେଶମିୟାଙ୍କ ଭଳି ତାଙ୍କୁ ଉତ୍ସାହିତ କରୁଥିବା ଭିଡିଓରେ ଦେଖାଯାଇଛି । କିଛି ଦିନ ତଳେ ନିଜ ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ମଧ୍ୟ ପପୁ ବିବାଦ ଘେରକୁ ଆସିଥିଲେ।
Comments are closed.