www.samajalive.in
Thursday, December 11, 2025
16.1 C
Bhubaneswar

କାନାଡା ଟେଲିଭିଜନରେ ଭାରତ ବିରୋଧୀ ମନ୍ତବ୍ୟ ଦେଲା ପନ୍ନୁ

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ କାନାଡା ମଧ୍ୟରେ କୁଟନୈତିକ ବିବାଦ ଲାଗିରହିଥିବାବେଳେ ଭାରତକୁ ବିଶ୍ଵସ୍ତରରେ ନିନ୍ଦିତ କରିବା ଲାଗି ଉଦ୍ୟମ ହୋଇଛି। ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁ ପୂର୍ବରୁ ଅନେକ ଥର ଭାରତ ବିରୋଧୀ ମନ୍ତବ୍ୟ ଦେଇଆସିଥିବାବେଳେ ଏବେ ପୁନର୍ବାର କାନାଡାର ଜାତୀୟ ଟେଲିଭିଜନରେ ଭାରତକୁ ଖୋଲାଖୋଲି ଧମକ ଦେଇଛି। ମୋଦୀ ସରକାର ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ପକ୍ଷପାତୀ ବୋଲି ପନ୍ନୁ କହିବା ସହିତ ଭାରତ ଭିତରେ ପଞ୍ଜବା ସହିତ ଅନ୍ୟ ରାଜ୍ୟରେ ଖଲିସ୍ତାନୀ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ଚେତାବନୀ ଦେଇଛନ୍ତି।

୨୦୧୩ ଜୁନରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରକୁ ହତ୍ୟା ଘଟଣାରେ କାନାଡା ଭାରତ ସରକାରଙ୍କ ସମ୍ପୃକ୍ତି ଥିବା ପୂର୍ବରୁ ଅଭିଯୋଗ କରିଥିଲା। ଏବେ ଗତ ମଙ୍ଗଳବାର ପୂନର୍ବାର କାନାଡା ସରକାର ସମାନ ଅଭିଯୋଗ ଆଣିବା ପରେ ଦୁଇଦେଶ ମଧ୍ୟରେ କୁଟନୈତିକ ବିବାଦ ଆରମ୍ଭ ହୋଇଛି। ଭାରତ କାନାଡାରେ ଅବସ୍ଥାପିତ ସମସ୍ତ କୁଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିନେବା ସହିତ ଏଠାରେ ଥିବା କାନାଡାର ୬ କୁଟନୀତିଜ୍ଞଙ୍କୁ ଦେଶଛାଡ଼ି ଚାଲିଯିବାକୁ କହିଛି। ଏହା ମଧ୍ୟରେ କାନାଡାର ଜାତୀୟ ଟେଲିଭିଜନ ଚ୍ୟାନେଲରେ ପନ୍ନୁକୁ ଆମନ୍ତ୍ରିତ କରାଯିବା ସହିତ ଭାରତ ବିରୋଧୀ ମନ୍ତବ୍ୟକୁ ଭାରତ ବିରୋଧୀ ମନ୍ତବ୍ୟକୁ ପ୍ରୋତ୍ସାହନ ଦିଆଯିବା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ତିକ୍ତ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories