www.samajalive.in
Saturday, December 6, 2025
26.1 C
Bhubaneswar

ଆମ ସମୟର ପଞ୍ଚାୟତ ନିର୍ବାଚନ : ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଲୋ​​‌କେ ନିଜେ ପ୍ରଚାର କରୁଥିଲେ

ଗୁରୁଡିଝାଟିଆ :  ପଞ୍ଚାୟତର ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହେବା,ସେମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖିନ ନହେବେ ଆବଶ୍ୟକତା ଅନୁସାରେ ରାତିରେ ସେମାନଙ୍କ ଗାଁରେ ରହି ସମସ୍ତ ଅସୁବିଧାକୁ ସମାଧାନ କରି ମୁହଁରେ ହସ ଫୁଟାଇବା ଆମର କାମ ଥିଲା । ବିଶେଷତଃ ପଞ୍ଚାୟତବାସୀଙ୍କ ସେବା  ବ୍ରତ ଥିଲା ବୋଲି ୧୯୬୭ ମସିହାରୁ ୧୯୯୦ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଅବିଭକ୍ତ ଓରନ୍ଦା ପଞ୍ଚାୟତର ୨୩ବର୍ଷ ଧରି ସରପଞ୍ଚ ଥିବା ସାମ୍ବାଦିକ ରମେଶ ଚନ୍ଦ୍ର ସାମଲ(୮୪) ମତପ୍ରକାଶ କରିଛନ୍ତି । ଜନସାଧାରଣଙ୍କ ସରପଞ୍ଚ ଉପରେ ପ୍ରଗାଢ ବିଶ୍ୱାସ ଓ ଆସ୍ଥା ରହିଥିଲା। ଆମେ ସଂକଳ୍ପ ନେଇଥିଲୁ କି କୌଣସି ଲୋକ ଅସୁବିଧାର ସମ୍ମୁଖିନ ନହେବେ ସେହି ହିସାବରେ କାର୍ଯ୍ୟ କରୁଥିଲୁ। ପଞ୍ଚାୟତ କାର୍ଯ୍ୟାଳୟରେ ମାସିକ ବୈଠକ ନକରି ପ୍ରତ୍ୟେକ ଗାଁ ଗାଁରେ ବୈଠକ ଅନୁଷ୍ଠିତ କରାଉଥିଲୁ। ଯାହାଫଳରେ ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ଭାବରେ ସରପଞ୍ଚଙ୍କ ସହ ସଂପର୍କ ରହୁଥିଲା। ନିଜ ମନର କଥା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗ୍ରାମର ଲୋକମାନଙ୍କ ସହିତ ମିଶି କରାଯାଉଥିଲା । ଲୋକ ଚରିତ୍ରର ଭାବ, ମଣିଷ ପଣିଆ ଦାଉଦାଉ ହୋଇ ଉକୁଟି ଉଠୁଥିଲା । ସେଥିପାଇଁ ତ ୧୯୬୭ ମସିହା ପ୍ରଥମ ସରପଞ୍ଚ ନିର୍ବାଚନ ସମୟରେ ମାତ୍ର ୫ଶହ ଟଙ୍କା ଖର୍ଚ୍ଚ ହୋଇଥିଲା । ଲୋକମାନେ ଘରଘର ବୁଲି ନିର୍ବାଚିତ କରିବା ପାଇଁ ଘୁରି ବୁଲୁଥିଲେ। ନିଜେ ପ୍ରଚାର କରୁଥିଲେ। ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଜନସାଧାରଣ ଦେଉଥିଲେ ଖର୍ଚ୍ଚ । ସରପଞ୍ଚଙ୍କ ପ୍ରତି ପଞ୍ଚାୟତବାସୀଙ୍କ ଅଗାଢ ସମ୍ମାନ ରହିଥିଲା। ୨୩ବର୍ଷ କ୍ରମାଗତ ସରପଞ୍ଚ ଭାବରେ କୌଣସି ଦିନ ଜନସାଧାରଣ ମାଲି ମୋକଦ୍ଦମା ପାଇଁ କୋର୍ଟ କଚେରୀ ଯାଇନାହାନ୍ତି । ପଞ୍ଚାୟତର ଓରନ୍ଦା, କପସୁରସିଂ, ସୀତାରାମପୁର, ବାଳି, ବାଳିଶାସନ, ରାଧାପ୍ରିୟାପୁର ଶାସନ, କୁଷ୍ପଙ୍ଗି, ପଇଲାବର, ବଉଳ ଓ ଜେମାଦେଇପୁର ୧୧ଟି ଗାଁର ଜନସାଧାଣଙ୍କ ସହିତ ମିଶି କାମ କରିବା ବେଶ ଅଭୂଲା ଅଟେ।

- Advertisement -

ଜନସାଧାରଣଙ୍କ ସହଯୋଗ ପାଇଁ ୧୧ଟି ଗାଁରେ ୧୧ଟି ପୋଖରୀ ଖନନ କରାଯାଇଛି। ପ୍ରତ୍ୟେକ ପୋଖରୀରେ ମାଛଚାଷ କରାଯାଇ ଲବ୍ଧ ଅର୍ଥରୁ ପଞ୍ଚାୟର ଉନ୍ନୟନ କାର୍ଯ୍ୟ କରାଯାଉଥିଲା। ସରକାରଙ୍କ ରାଜ୍ୟ ରିଲିଫ ଜରିଆରେ ଜଣପିଛା ଦୈନିକ ୧କିଗ୍ରା ଗହମ,୧୦୦ଗ୍ରାମ ଖାଇବା ତେଲ ଓ ୧ଟଙ୍କା ପ୍ରଦାନ କରାଯାଇ ଉପରୋକ୍ତ ୧୧ଟି ପୋଖରୀ ଖନନ କରାଯାଇଥିଲା। ପଦ୍ମଭୂଷଣ ଡଃ ରାଧାନାଥ ରଥ, ଅଚ୍ୟୁତାନନ୍ଦ ଦାଶ, ପବିତ୍ର ମୋହନ ପ୍ରଧାନ, ରାସମଞ୍ଜରୀ ଦେବୀ, ରସାନନ୍ଦ ସାହୁ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଆଠଗଡ ବିଧାୟକ ଥିବା ସମୟରେ ସରପଞ୍ଚ ଭାବରେ ୨୩ବର୍ଷ କାର୍ଯ୍ୟ କରିଛନ୍ତି ଶ୍ରୀ ସାମଲ। ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ପ୍ରତ୍ୟେକ ସହଯୋଗରେ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ଗ୍ରାମ ବିବାଦ ସମାଧାନ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ଓରନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଷ୍ପଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଳି ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠ  ସହିତ ବାଳି ମହାବିଦ୍ୟାଳୟ ସ୍ଥାପନ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ପ୍ରତ୍ୟେକ୍ଷ ସହଯୋଗରେ ସଂପନ୍ନ ହୋଇଥିଲା। ଏପରିକି ବାଳିସ୍ଥିତ ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠର ମଞ୍ଚୁରୀ ପାଇଁ ବାବୁଜୀ ଶିକ୍ଷା ବିଭାଗର ଅଧିକାରୀଙ୍କୁ ପ୍ରତ୍ୟେକ୍ଷ ଭାବରେ ନିର୍ଦ୍ଦେଶ ଦେବା ଏବଂ ବାଳି ମହାବିଦ୍ୟାଳୟ ସ୍ଥାପନ ସମୟରେ ୧ଲକ୍ଷ ୩୫ ହଜାର ଟଙ୍କା ଅର୍ଥ  ରାଶି ସହଯୋଗ କରିଥିଲେ । ଓରନ୍ଦାରୁ ବାଳିଶାସନ ,ବଉଳରୁ ଜେମାଦେଇପୁର ଗାଁକୁ ମଧ୍ୟ ରାସ୍ତା ନିର୍ମାଣ ହୋଇଥିଲା । ୧୯୬୭ ରୁ ୧୯୯୦ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବରେ ୨୩ବର୍ଷ ଧରି ସରପଞ୍ଚ ଥିବା ସମୟରେ ମଧ୍ୟ ବାବୁଜୀଙ୍କ ଶ୍ରଦ୍ଧା, ଦିଗଦର୍ଶନ ଓ ଆଶୀର୍ବାଦ ପାଇଁ ୧୯୬୮ ମସିହାରୁ ସମାଜର ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ ଆରମ୍ଭ କରିଅଛି। ଏଣୁ ସେ ସମୟରେ ସରପଞ୍ଚମାନେ ଜନସେବାକୁ ନିଜର ବ୍ରତ ଭାବରେ ଗ୍ରହଣ କରିଥିଲେ। ଆଜିର ନିର୍ବାଚନ ବ୍ୟବସ୍ଥା, ପଞ୍ଚାୟତର ସ୍ଥିତି ଓ ଲୋକମାନଙ୍କ ମଧ୍ୟରେ ମଣିଷ ପଣିଆର ଭାବ ଆମ ସମୟଠାରୁ ଭିନ୍ନ ଓ ପାର୍ଥକ୍ୟ । ସମ୍ମାନବୋଧ, ନିଚ୍ଛକ ଭଲପାଇବା ଓ ଜନସାଧାରଣଙ୍କ ପ୍ରତି ସେବାଭାବ ଏବେ ନକହିଲେ ଭଲ ବୋଲି ଶ୍ରୀ ସାମଲ କହିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories