ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ ପ୍ରସ୍ତୁତି ବୈଠକ

ଚୌଦ୍ୱାର : ଚୌଦ୍ୱାରରେ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଗ୍ରାହାଟସ୍ଥିତ ବୈଦ୍ୟେଶ୍ୱର ମନ୍ଦିର ପରିସରରେ ଅନଷ୍ଠିତ ହୋଇ ଯାଇଛି। ପଞ୍ଚରାତ୍ର ମହୋତ୍ସବ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ପୌରୋହତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଟିର ସଦସ୍ୟବୃନ୍ଦ ଓ ଅଞ୍ଚଳର ବହୁ ଜଗନ୍ନାଥ ପ୍ରେମୀ ଯୋଗଦେଇ ମହୋତ୍ସବର ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନ କରିଥିଲେ। ଆସନ୍ତା ଫେବୃୟାରୀ ୩ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ଏହି ମହୋତ୍ସବ ଆଗ୍ରାହାଟସ୍ଥିତ ଉତ୍ତରେଶ୍ୱର ମନ୍ଦିରରେ ଆୟୋଜିତ ହେବା ବୈଠକରେ ସ୍ଥିର କରାଯାଇଥିଲା। ଏଥିପାଇଁ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତି ବିଶେଷ, ସାଧୁସନ୍ଥ, ସନ୍ୟାସୀ ତଥା ଜଗନ୍ନାଥ ପ୍ରବାଚକ ମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବାକୁ ମଧ୍ୟ ସ୍ଥିରିକୃତ ହୋଇଥିଲା । ମହୋତ୍ସବ ସମ୍ପାଦକ ଶରତ କୁମାର ଖୁଣ୍ଟିଆ, ନାରାୟଣ ସ୍ୱାଇଁ, ମୁକୁନ୍ଦ ପ୍ରସାଦ ବରାଳ, ଜଗନ୍ନାଥ ସାହୁ, ପ୍ରଦୀପ୍ତ ବେହେରା,ବିମଳ କୁମାର ବେଉରା, ଅର୍ଜୁନ ପଣ୍ଡା, ପ୍ରମୋଦ ପଣ୍ଡା, ମୀନକେତନ ପଣ୍ଡା, ସ୍ୱପ୍ନା ନାୟକ, ବିଶ୍ୱକଲ୍ୟାଣ ଦାସଙ୍କ ସମେତ ଆଗ୍ରାହାଟ ଗ୍ରାମ ପଞ୍ଚାୟତର ବହୁ ମୁରବୀ ଓ ଜଗନ୍ନାଥପ୍ରେମୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Comments are closed.