www.samajalive.in
Sunday, December 7, 2025
26.1 C
Bhubaneswar

ପଞ୍ଚକୁଳା ହିଂସା ମାମଲା: ପ୍ରମାଣ ଅଭାବରୁ ଆଉ ୬ ଦୋଷ ମୁକ୍ତ

ଚଣ୍ଡିଗଡ଼ : ହରିୟାଣା ପଞ୍ଚକୁଳା ହିଂସାକାଣ୍ଡ ମାମଲାରେ ଅଦାଲତ ମୁଖ୍ୟ ଅଭିଯୁକ୍ତ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କ ୬ ଜଣ ସହଯୋଗୀଙ୍କୁ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରିଛନ୍ତି । ୨୫ ଅଗଷ୍ଟ ୨୦୧୭ରେ ଡେରା ମୁଖ୍ୟ ଗରୁମିତ ରାମ ରହିମଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଏକ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣଶଇଥିଲେ। ଏହା ପରେ ପଞ୍ଚକୁଳା ସମେତ ହରିୟାଣା ଏବଂ ପଞ୍ଜାବର କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା। ଏହି ମାମଲାରେ ପୁଲିସ୍‍ ୬ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ବିରୋଧରେ ଆଇପିସି ଧାରା ୧୪୮, ୧୪୯, ୧୮୬, ୧୮୮ ଏବଂ ୪୩୬ରେ ମାମଲା ରୁଜୁ କରାଯାଇଥିଲା। ପଞ୍ଜକୁଳାର ଦୌରାଜଜ ରିତୁ ଟାଗୋର ସୋମବାର ଏହି ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ୬ ଜଣଙ୍କୁ ଦୋଷ ମୁକ୍ତ କରି ଖଲାସ କରିଥିଲେ। ଗୁରମିତଙ୍କ ଅନୁଗାମୀ ଞ୍ଜାନିରାମ, ସାଙ୍ଗା ସିଂହ, ହୋସିଆର ସିଂହ, ରବୀ, ତାରସେମ ଏବଂ ରାମ କ୍ରିଷ୍ଣଙ୍କ ବିରୋଧରେ ହିଂସାକାଣ୍ଡ ଭିଆଇବା ଏବଂ ଲୋକଙ୍କୁ ଉସୁକାଇବା ଅଭିଯୋଗ ରହିଥିଲା। ଉଲ୍ଲେଖ ଯେ ଏହି ମାମଲାରେ ପ୍ରମାଣ ଯୋଗାଡ଼ କରିବାରେ ହରିୟାଣା ପୁଲିସ୍‍ ବିଫଳ ହୋଇଛି। ଏପର୍ଯ୍ୟନ୍ତ ହରିୟାଣା ପୁଲିସ୍‍ ଦ୍ୱାରା ଏହି ମାମଲାରେ ଗିରଫ ୧୯ ଜଣ ଦୋଷ ମୁକ୍ତ ହୋଇସାରିଲେଣି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories