www.samajalive.in
Sunday, December 7, 2025
14.1 C
Bhubaneswar

୪ ଆସନରେ ଉପନିର୍ବାଚନ: ବିଜେପିକୁ ୨, କଂଗ୍ରେସ ଓ ଏଲଡିଏଫକୁ ୧ ଆସନ

ଅମୃତସର : କେରଳର ପାଲା ଓ ଅନ୍ୟ ୩ଟି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। କେରଳର ପାଲାରେ ଏଲଡିଏଫ ନେତା ମଣି ସି. କାପେନ ବିଜୟୀ ହୋଇଛନ୍ତି।

କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ପ୍ରାର୍ଥୀ ଯୋଶ ପୁଲିକୁନେଲଙ୍କ ଠାରୁ ସେ ଅଧିକ ୨୦୦୦ ଖଣ୍ଡ ଭୋଟ ପାଇଛନ୍ତି। ଫଳରେ ଦୀର୍ଘ ୫୪ ବର୍ଷ ପରେ ପାଲା ନିର୍ବାଚନମଣ୍ଡଳୀ ଏଲଡିଏଫ ଦଖଲକୁ ଆସିଛି। ୧୯୬୫ ପରଠାରୁ କେରଳ କଂଗ୍ରେସ(ଏମ)ର କେ. ଏମ. ମଣି ଏଠାରୁ ୧୩ ଥର ନିର୍ବାଚିତ ହୋଇଛନ୍ତି। ଏପ୍ରିଲରେ ତାଙ୍କର ପରଲୋକ ଘଟିଥିଲା। ସେହିଭଳି ଛତିଶଗଡ଼ର ଦାନ୍ତେୱାଡା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦେବତୀ କର୍ମା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ଓଜସ୍ବୀ ମାଣ୍ଡବିଙ୍କୁ ୧୧,୩୩୧ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତ୍ରିପୁରାର ବଧରଘାଟରେ ବିଜେପିର ମିମି ମଜୁମଦାର ୫,୨୭୬ ଭୋଟରେ ନିର୍ବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶର ହମିରପୁର ଠାରେ ବିଜେପି ପ୍ରାର୍ଥୀ ଯୁବରାଜ ସିଂହ ୧୭୭୭୧ ଭୋଟରେ ସମାଜବାଦୀ ପାର୍ଟିର ମନୋଜ ପ୍ରଜାପତିଙ୍କୁ ହରାଇ ନିର୍ବାଚନ ଜିତିଛନ୍ତି। ତାଙ୍କୁ ମୋଟ ୭୪,୫୦୦ ଟି ଭୋଟ ମିଳିଥିବା ବେଳେ ପ୍ରଜାପତିଙ୍କୁ ୫୭,୩୦୦ ଟି ଭୋଟ ମିଳିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories