www.samajalive.in
Monday, December 8, 2025
13.1 C
Bhubaneswar

ବିଶ୍ୱ ଜାଣିଲା: ପାକିସ୍ଥାନ ନୁହେଁ ଆତଙ୍କୀସ୍ଥାନ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗର ଧ୍ରୁବିକରଣ ଓ ଜାତିସଂଘ ମାନବାଧିକାର କମିଶନରେ ଏହି ପ୍ରସଙ୍ଗ ଉତ୍ଥାପନ କରିବା ପାଇଁ ପାକିସ୍ତାନର ଉଦ୍ୟମ ପଣ୍ଡ ହୋଇଯାଇଛି ବୋଲି ଭାରତ କହିଛି। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ୟୁ.ଏନ୍‍.ଏଚ୍‍.ଆର୍‍.ସି.ରେ ଭାରତୀୟ ପ୍ରତିନିଧି ମଣ୍ଡଳ ଭାରତର ଆଭିମୁଖ୍ୟକୁ ସଠିକ୍‍ ଭାବେ ଉପସ୍ଥାପନ କରିଛନ୍ତି ଓ ପାକିସ୍ତାନର ମିଥ୍ୟାକୁ ପଦାରେ ପକାଇଛନ୍ତି। ସେ କହିଛନ୍ତି, ଆତଙ୍କବାଦୀ ମୌଳିକ ଢାଞ୍ଚାଗୁଡ଼ିକୁ ସାହାଯ୍ୟ ସମର୍ଥନ କରିବାରେ ପାକିସ୍ତାନର ଭୂମିକା ବିଷୟରେ ଆନ୍ତର୍ଜାତିକ ସମ୍ପ୍ରଦାୟ ସମ୍ପୂର୍ଣ୍ଣ ରୂପେ ଅବଗତ। ସେ କହିଛନ୍ତି, ଜାମ୍ମୁ କାଶ୍ମୀରରେ ଔଷଧପତ୍ରର କୌଣସି ଅଭାବ ନାହିଁ ଓ ଶତକଡ଼ା ୯୫ଭାଗ ସ୍ୱାସ୍ଥ୍ୟସେବା କ୍ଷେତ୍ରର କର୍ମୀ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି।

ସେ କହିଛନ୍ତି, ରାଜ୍ୟର ଶତକଡ଼ା ୯୨ଭାଗ ଅଞ୍ଚଳରୁ ପ୍ରତିବନ୍ଧକ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି ଓ ବ୍ୟାଙ୍କ୍‍ଗୁଡ଼ିକରେ କାର୍ଯ୍ୟ ସ୍ୱଭାବିକ ରିତିରେ ଚାଲିଛି। କର୍ତ୍ତାରପୁର କରିଡ଼ର ଉପରେ ରବିଶ କୁମାର କହିଛନ୍ତି, ପଡ଼ୋଶୀ ଦେଶ ଏହା ଉପରେ କୋହଳ ଆଭିମୁଖ୍ୟ ପୋଷଣ କରୁନାହିଁ। ସେ କହିଛନ୍ତି, ତୀର୍ଥଯାତ୍ରୀମାନଙ୍କ ସଂଖ୍ୟାକୁ ନେଇ ଭାରତ ଦେଇଥିବା ପ୍ରସ୍ତାବ ସହ ପାକିସ୍ତାନ ଏକମତ ହୋଇନାହିଁ ଓ ଏଥିପାଇଁ ମୌଳିକ ଢାଞ୍ଚା ପ୍ରତିବନ୍ଧକ ପ୍ରସଙ୍ଗକୁ କାରଣ ଭାବେ ଦର୍ଶାଉଛି। ପାକିସ୍ତାନ ଏ କ୍ଷେତ୍ରରେ କୋହଳ ମନଭାବ ପୋଷଣ କରିବା ପାଇଁ ଭାରତ ତାକୁ ଅନୁରୋଧ କରିଛି। କୁଳଭୂଷଣ ଯାଦବଙ୍କ ପାଖକୁ ଆଉଥରେ କୂଟନୀତିଜ୍ଞମାନଙ୍କୁ ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତି ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଦେଶ ଆନ୍ତର୍ଜାତିକ ନ୍ୟାୟାଳୟ ଦେଇଥିବା ରାୟ ଯେପରି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ ସେଥିପାଇଁ ଚେଷ୍ଟା କରିବ ଓ କୂଟନୈତିକ ଚ୍ୟାନେଲ୍‍ ମାଧ୍ୟମରେ ପାକିସ୍ତାନ ସହ ଯୋଗାଯୋଗ ରକ୍ଷା କରିବ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories