www.samajalive.in
Thursday, December 11, 2025
14.1 C
Bhubaneswar

ପାକ୍ ସେନାର ପୁଣି ଅସ୍ତ୍ରବିରତି ଉଲଙ୍ଘନ : ପୁଞ୍ଛରେ ମୋର୍ଟାର ଆକ୍ରମଣ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ଶନିବାର ପାକିସ୍ତାନୀ ସୈନ୍ୟମାନେ ଭାରତୀୟ ଆଗୁଆ ଘାଟି ଓ ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ଆଖିବୁଜା ଗୁଳିଚାଳନା କରିଛନ୍ତି। ଏହି ଗୁଳିଚାଳନାରେ ଜଣେ ସାଧାରଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁସାରେ,ପାକିସ୍ତାନୀ ସୈନ୍ୟମାନେ ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏହି ଗୁଳିଗୋଳା ବର୍ଷଣ ଓ ମୋର୍ଟାର ଆକ୍ରମଣ କରିଛନ୍ତି। ପୁଞ୍ଛ୍‍ ଜିଲ୍ଲାର ମେନ୍ଧାର ସେକ୍ଟରରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଏହି ଅସ୍ତ୍ରବିରତି ଉଲଙ୍ଘନର ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ଉଚିତ ଜବାବ ଦେଇଛନ୍ତି। ଦୁଇ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳିଗୋଳା ବିନିମୟ ଜାରି ରହିଥିଲା।

Hot this week

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

Related Articles

Popular Categories