www.samajalive.in
Tuesday, December 9, 2025
26.1 C
Bhubaneswar

ସୁବ୍ରତ ବାଗଚୀ ହେଲେ ରାଜ୍ୟ ସରକାରଙ୍କ କରୋନା ସଚେତନତା ଟିମର ମୁଖ୍ୟ

ଭୁବନେଶ୍ବର : ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ଭାରତରେ ମଧ୍ୟ ତାର ପ୍ରକୋପ ବିସ୍ତାର କରିଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ରେ ପହଞ୍ଚିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇ ସାରିଛି। କରୋନାକୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିପର୍ୟ୍ୟୟ ଭାବେ ଘୋଷଣା କରିସାରିଛନ୍ତି। କରୋନା ପାଇଁ ରାଜ୍ୟ ସରକାର ମଧ୍ୟ ସଚେତନତା କାର୍ୟ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି କାର୍ୟ୍ୟକ୍ରମ ଆରମ୍ଭ କରିବାକୁ ପିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କୁ କରୋନା ସଚେତନତା କାର୍ଯ୍ୟକ୍ରମର ମୂଖ୍ୟରୁପେ ନିଯୁକ୍ତ କରିଛନ୍ତି। ସୁବ୍ରତ ବାଗଚୀ ରାଜ୍ୟ ସରକାରଙ୍କ ମୁଖପାତ୍ର ଭାବେ ସାମ୍ବାଦିକ ସମ୍ମିଳନୀ କରି କରୋନା ସଚେତନତା ଓ ପ୍ରତିଷେଧକ ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବେ। ଏହାସହିତ କରୋନା ପ୍ରତିଷେଧକ ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ମାର୍ଗଦର୍ଶନ କରିବା ସହ ସମନ୍ୱୟ ମଧ୍ୟ ରକ୍ଷା କରିବେ ବୋଲି ସୂଚନା ମିଳିଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories