www.samajalive.in
Saturday, December 6, 2025
19.1 C
Bhubaneswar

କସାବକୁ ହିନ୍ଦୁ ଆତଙ୍କବାଦୀ ସଜାଇ ମାରିବାକୁ ଚାହୁଁଥିଲା ପାକିସ୍ତାନ, ଦାଉଦ ଗ୍ୟାଙ୍ଗକୁ ଦେଇଥିଲା ସୁପାରି

ନୂଆଦିଲ୍ଲୀ: ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଦୋଷୀ ଆଜମଲ କସାବକୁ ନେଇ ନୂଆ ତଥ୍ୟ ପଦାକୁ ଆସିଛି। କସାବକୁ ପାକିସ୍ତାନ ହିନ୍ଦୁ ଆତଙ୍କବାଦୀ ସଜାଇ ମାରିବାକୁ ପ୍ରୟାସ କରିଥିଲା। ମୁମ୍ବଇର ପୂର୍ବତନ ପୁଲିସ କମିଶନର ରାକେଶ ମାରିୟା ନିଜ ପୁସ୍ତକ ‘ଲେଟ୍‌ ମି ସେ ଇଟ୍‌ ନାଓ’ ଜରିଆରେ ଏହି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଚାହୁଁଥିଲା ଭାରତ କସାବକୁ ଜଣେ ହିନ୍ଦୁ ବୋଲି ମାନିନେଉ ଏବଂ ଏଥିପାଇଁ ଆଇଏସଆଇ ଦାଉଦ ଇବ୍ରାହିମ ଗ୍ୟାଙ୍ଗକୁ ସୁପାରି ଦେଇଥିଲା ବୋଲି ରାକେଶ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ପୁସ୍ତକରୁ ହସ୍ତଗତ ତଥ୍ୟ ଅନୁସାରେ, କସାବର ପରିଚୟ ବେଙ୍ଗାଲୁରୁ ନିବାସୀ ସମୀର ଦିନେଶ ଚୌଧୁରୀ ନାମରେ କରାଯାଇଥିଲା। ଏଥିପାଇଁ ପରିଚୟପତ୍ର ପ୍ରସ୍ତୁତ ହୋଇଥିଲା ଏବଂ ତା’ର ହାତରେ ଲାଲ୍‌ ରଙ୍ଗର ରକ୍ଷା ସୂତ୍ର ବନ୍ଧାଯାଇଥିଲା। ଲଶ୍କର-ଏ-ତୋଇବା ମୁମ୍ବଇ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦ ବୋଲି ଦର୍ଶାଇବାକୁ ଚାହୁଁଥିଲା। ତେଣୁ କସାବକୁ ବେଙ୍ଗାଲୁରୁ ନିବାସୀ ସମୀର ଚୌଧୁରୀ ଭାବେ ଦର୍ଶାଯିବା ସହିତ ସମସ୍ତ ଟିଭି ଚ୍ୟାନେଲ ଏବଂ ଗଣମାଧ୍ୟମ ସଂସ୍ଥା ତା’କୁ କିପରି ହିନ୍ଦୁ ଆତଙ୍କବାଦୀ ପରିଚୟ ଦେଇ ଖବର ପ୍ରସାରଣ କରିବେ ସେ ନେଇ ଲଶ୍କର ଯୋଜନା କରିଥିଲା।

- Advertisement -

ରାକେଶ ପୁସ୍ତକରେ ଆହୁରି ଲେଖିଛନ୍ତି ଯେ, କସାବ ଲୁଟ୍‌ପାଟ ଉଦ୍ଦେଶ୍ୟ ନେଇ ଲଶ୍କର ସଂଗଠନରେ ସାମିଲ ହୋଇଥିଲା। ଜିହାଦ ନେଇ ତା’ ମନରେ କୌଣସି ଚିନ୍ତାଧାରା ନ ଥିଲା। କସାବ ଏବଂ ତା’ର ସାଙ୍ଗ ମୁଜଫର ଲାଲ୍‌ ଖାନ ନିଜର ଆର୍ଥିକ ସ୍ଥିତି ସୁଧାରିବାକୁ ଲୁଟ୍‌ପାଟ କରିବାକୁ ଚାହୁଁଥିଲେ। କସାବକୁ ବଞ୍ଚାଇ ରଖିବା ଆମର ପ୍ରାଥମିକତା ଥିଲା। ପୁଲିସ ସୁରକ୍ଷା ଦୃଷ୍ଟିକୋଣରୁ କସାବ ସହିତ ଜଡ଼ିତ କୌଣସି ତଥ୍ୟକୁ ବାହାରେ ପ୍ରଘଟ କରିବାକୁ ସେ ଚାହୁଁ ନ ଥିଲେ ବୋଲି ରାକେଶ ଲେଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଆମେ ନିୟମିତ ଭାବେ ତା’କୁ ବ୍ୟକ୍ତିଗତ ସ୍ତରରେ ପଚରାଉଚରା କରୁଥିଲୁ। ସେ ମୋତେ ଆତଙ୍କବାଦୀ ସଂଗଠନ ସମ୍ପର୍କରେ ଅନେକ ଗୋପନୀୟ ତଥ୍ୟ ପ୍ରଦାନ କରିଥିଲା। ନିୟମିତ ଜେରା ସମୟରେ କସାବ ଏବଂ ମୋ ମଧ୍ୟରେ ସମ୍ପର୍କ ଭଲ ହୋଇଯାଇଥିଲା। ସେ ମୋତେ ସମ୍ମାନ ଦେଇ ସାର୍‌ ବୋଲି କହୁଥିଲା।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories