www.samajalive.in
Sunday, December 14, 2025
14.1 C
Bhubaneswar

ପାକ୍‌ ସେନାର ଘନଘନ ଅସ୍ତ୍ରବିରତି ଉଲ୍ଲଙ୍ଘନ

ଶ୍ରୀନଗର : ପାକିସ୍ତାନ ସେନା ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଜାମ୍ମୁ-କାଶ୍ମୀର ରାଜୌରୀ ଜିଲାର ମାଞ୍ଜାକୋଟ ଅଞ୍ଚଳରେ ମଙ୍ଗଳବାର ସକାଳେ ପ୍ରବଳ ଗୁଳିଗୋଳା ବର୍ଷଣ କରିଛି । ପାକିସ୍ତାନ ସେନା ମାଞ୍ଜାକୋଟ ନିୟନ୍ତ୍ରଣ ରେଖା ସେପଟୁ ସ୍ୱୟଂ ଚାଳିତ ବନ୍ଧୁକରେ ଆଖିବୁଜା ଗୁଳି ବର୍ଷଣ କରୁଛି । ଆସଲ୍ଟ ବନ୍ଧୁକ୍‌ରେ ଗୁଳି ମାଡ଼ ସହ ମୋର୍ଟାର ମାଡ଼ ବି କରାଯାଉଛି । ଭାରତୀୟ ସେନା ପକ୍ଷରୁ ଜବାବୀ ଗୁଳି ବିନିମୟ କରାଯାଉଛି । ରବିବାର ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଜାମ୍ମୁ କାଶ୍ମୀରର ନୌସେନାର ଅଞ୍ଚଳରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲା । ଏହାପରେ ଭାରତୀୟ ସେନା ଜବାବୀ ଆକ୍ରମଣରେ ପାକିସ୍ତାନରେ କେତେକ ସେନା ପୋଷ୍ଟ ଧ୍ୱଂସ ହୋଇଯାଇଥିଲା । ପ୍ରାୟ ଦୁଇ ଦିନ ହେବ ପାକିସ୍ତାନ ସେନା ରାଜୌରୀ, ବାରମୁଳା, କାଠୁାଆ, କୁପୱାଡ଼ା ଘାଟିରେ ଘନଘନ ଗୁଳିଗୋଳା ବର୍ଷଣ କରୁଛି । ଫଳରେ ଉକ୍ତ ଅଞ୍ଚଳର ସୀମାନ୍ତରେ ଥିବା ଲୋକଙ୍କୁ ସୁରକ୍ଷା ବଙ୍କର ଓ ରିଲିଫ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ପ୍ରକାଶ ଯେ ସୋମବାର ବଡଗାଁ ଜିଲାର ଚାରାରି ସାରିଫ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୁଲିସ କର୍ମଚାରୀ ସହିଦ ହୋଇଥିଲେ । ପାକ୍‌ ସେନା ଗୁଳିଗୋଳା ବର୍ଷଣ କରି ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାରେ ସହଯୋଗ କରିଥାଏ । ଅର୍ଥାତ ପାକ୍‌ ଯେତେଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି, ସେତେଥର ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ ପାଇଁ ପ୍ରୟାସ କରାଯାଉଛି ବୋଲି ଜଣେ ସେନା ଅଧିକାରୀ ପ୍ରକାଶ କରିଛନ୍ତି ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories