ପାକ୍ ରାଷ୍ଟ୍ରପତିଙ୍କୁ ଟ୍ବିଟ୍ର ନୋଟିସ
ଇସଲାମାବାଦ : କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି କରିଥିବା ମିଥ୍ୟା ଓ ଉତ୍ତେଜନା ସୃଷ୍ଟିକାରୀ ଟୁଇଟ୍କୁ ନେଇ ଟ୍ବିଟର ତାଙ୍କୁ ସୋମବାର ନୋଟିସ ଜାରି କରିଛି। ତେବେ ଏହି ନୋଟିସକୁ ନେଇ ପାକିସ୍ତାନ ସୋସିଆଲ ମିଡିଆକୁ ସମାଲୋଚନା କରିଛି।
ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନ ଭାରତ ବିରୋଧରେ ଆନ୍ତର୍ଜାତିକସ୍ତରରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଅପପ୍ରଚାର ଚଳାଇଛି। ଏହି କ୍ରମରେ ଅଗଷ୍ଟ ୨୪ରେ ପାକିସ୍ତାନ ରାଷ୍ଟ୍ରପତି ଏକ ଭିଡିଓ ଟୁଇଟ୍ କରିଥିଲେ। ଭିଡିଓରେ ଜାମ୍ମୁ-କାଶ୍ମୀରରେ ଦେଖାଯାଇଥିବା ଅଶାନ୍ତ ପରିବେଶକୁ ଦେଖାଯାଇଥିଲା। ତେବେ ଏହି ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା ଥିଲା। ପାକିସ୍ତାନ ନାଗରିକମାନେ ମନ୍ଦ ଉଦ୍ଦେଶ୍ୟ ନେଇ ଏପରି ମିଛ ଭିଡିଓକୁ ପ୍ରସ୍ତୁତ କରିଥିଲେ। ଏହା ପୂର୍ବରୁ ଅଗଷ୍ଟ ୧୪ ସ୍ବାଧୀନତା ଦିବସରେ ଆଲଭି ଦେଶର ନାଗରିକଙ୍କୁ ଉଦ୍ବୋଧନ ଦେବାବେଳେ ସାମାଜିକ ଗଣମାଧ୍ୟମ ଜରିଆରେ ଭାରତ ବିରୋଧୀ ପ୍ରଚାର କରିବାକୁ ଆହ୍ବାନ ଦେଇଥିଲେ।
Comments are closed.