ହଡବଡରେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲେ ଇମ୍ରାନ

ଇସଲାମାବାଦ/ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୋମବାର ନିଜ ଦେଶବାସୀଙ୍କୁ ସମ୍ବୋଧିତ କରିବାବେଳେ ହଡ଼ବଡ଼ରେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ଏହାସହ କାଶ୍ମୀର ପାଇଁ କୌଣସି ବି ସ୍ତରକୁ ଯାଇପାରିବେ ବୋଲି କହିଛନ୍ତି।

prayash

ନିଜ ସମ୍ବୋଧନରେ ଇମ୍ରାନ ପ୍ରତି ଶୁକ୍ରବାର ସଡ଼କକୁ ଓହ୍ଲାଇ ଆନ୍ଦୋଳନ କରିବାକୁ କାଶ୍ମୀର ଲୋକଙ୍କୁ ଆହ୍ୱାନ କରିଛନ୍ତି। ଇମ୍ରାନ କହିଛନ୍ତି ଯେ କାଶ୍ମୀର ସ୍ୱାଧୀନ ହେବା ପର୍ଯ୍ୟନ୍ତ ଆମେ ତା ସହ ଅଛୁ। ଦୁଇ ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି, ଯୁଦ୍ଧ ହେଲେ ଦୁଇ ଦେଶରେ ବିନାଶ ହେବ। ପାକିସ୍ତାନର ସବୁ ଦୂତାବାସ କାଶ୍ମୀର ପ୍ରସଙ୍ଗ ଉଠାଇବେ। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। କାଶ୍ମୀର ପ୍ରସଙ୍ଗରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଭୁଲ କରି ଦେଇଛନ୍ତି। ଆମେ କାଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିଦେଇଛୁ। କାଶ୍ମୀର ପ୍ରସଙ୍ଗରେ ସବୁ ମୁସଲମାନ ଦେଶ ପାକିସ୍ତାନକୁ ସମର୍ଥନ ଦେବେ। କାଶ୍ମୀର ପାଇଁ କୌଣସି ବି ସ୍ତରକୁ ଯାଇପାରିବୁ ଓ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିବୁ। ଭାରତ ପୁନଃ ବାଲାକୋଟ ଆକ୍ରମଣ ଭଳି ସାହାସ କରିପାରିବ ନାହିଁ।
ପ୍ରକାଶ ଯେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ସେ ଭାରତ ସରକାରଙ୍କ ନିଷ୍ପତ୍ତିକୁ ସ୍ୱୀକାର କରିପାରୁନାହିଁ। ଏହି ପ୍ରସଙ୍ଗ ଅନ୍ତର୍ଜାତୀୟ ମହଲରେ ଉଠାଇବା ପରେ ବି ପାକିସ୍ତାନ ଗୋଟିଏ ବି ଦେଶର ସମର୍ଥନ ପାଇନାହିଁ। ସବୁ ଆଡୁ ନିରାଶ ହେବା ପରେ ଏବେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛି।

kalyan agarbati

Comments are closed.